ପୁରୁଷୋତ୍ତମପୁର ରାଜ ଦୀପ ଢ଼ାବା ସମ୍ମୁଖ ଗଛରେ ଆତ୍ମହତ୍ୟା କଲେ ଯୁବକ |
ପୁରୁଷୋତ୍ତମପୁର ଠାରୁ ଆସିକା ଯିବା ରୋଡ଼ରେ ଥିବା ରାଜଦୀପ ଢ଼ାବା ସମ୍ମୁଖ ଏକ ଗଛରେ ଅଶୋକପ୍ରଧାନ 32ବର୍ଷ ସେ ଗଛରେ ଗାମୁଛା ଲଗାଇ ଆତ୍ମ ହତ୍ୟା କରିଥିବାର ଦେଖି ବାକୁ ମିଳିଛି | ସେ ଗଛରେ ଝୁଲୁ ଥିବାରୁ ଦେଖି ପୁରୁଷୋତ୍ତମପୁର ଅଞ୍ଚଳର କିଛି ଲୋକ ଥାନାକୁ ଖବର ଦେଇଥିଲେ | ଓ ଥାନା ଷ୍ଟାଫ ତାଙ୍କର ପରିଚୟ ପାଇଲା ପରେ ତାଙ୍କ ଘର ଲୋକଙ୍କୁ ଜଣାଇ ଥିଲେ | ତାଙ୍କର ବାପାଙ୍କ ନାମ ତ୍ରିନାଥ ପ୍ରଧାନ, ଅଶୋକ ଙ୍କ ଦୁଇଟି ସନ୍ତାନ ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି ତେବେ କେଉଁ କାରଣରୁ ସେ ଆତ୍ମ ହତ୍ୟା କଲେ ନା ତାଙ୍କୁ ମାରି ଗଛରେ ଟଙ୍ଗାଇ ଦିଆ ଯାଇଛି ତାହା ପୋଲିସ ର ତଦନ୍ତ ପରେ ଜଣା ପଡିବ | ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି | ଅଶୋକ ଙ୍କ ଦାଦା ପୁଅ ଭାଇ ସୁଦାମ ପ୍ରଧାନ 40ବର୍ଷ ଥାନାରେ ପହଞ୍ଚି ଏଫଆର ଦେଇଛନ୍ତି ଓ ଶବକୁ ଗ୍ରହଣ କରି ଶବ ବ୍ୟବଛେଦ ଘରକୁ ନେଇ ରଖାଯାଇଛି | ଆସନ୍ତା କାଲି ବ୍ୟବଛେଦ ପରେ ପରିବାର ଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ଥାନା ଅଧିକାରୀ ଙ୍କ ପକ୍ଷରୁ ସୂଚନା ମିଳିଛି | ତେବେ ପୋଲିସ ର ତଦନ୍ତ ପରେ ପ୍ରକୃତ ଖବର ଜଣା ପଡିବ ବୋଲି ସାଧାରଣ ରେ ଚର୍ଚ୍ଚାହେଉଛି | ତେବେ ସବୁ ମଧ୍ୟରେ ଅଶୋକ ଙ୍କ ଦୁଇଟି ନିଷ୍ପାପ ଶିଶୁଙ୍କ ଅବସ୍ଥା
ଦେଖି ସମସ୍ତ ବନ୍ଧୁ ବାନ୍ଧବ ଚିନ୍ତାରେ ଅଛନ୍ତି | ଅଶୋକ ଙ୍କ ବାପା ତ୍ରିନାଥ ପ୍ରଧାନଙ୍କ ସମେତ ସମସ୍ତ ପରିବାର ଏହି ଦୁଃଖ ରେ ଭାଙ୍ଗିପଡିଛନ୍ତି, କାରଣ ଦୁଇଟି ଛୋଟ ଛୋଟ ପିଲାଙ୍କ ଭବିଷ୍ୟତ କଣ ହେବ ତାଙ୍କ ପରିବାର କେମିତି ଚାଲିବ ବୋଲି ଦୁଃଖରେ କାନ୍ଦି କାନ୍ଦି ସ୍ତବ୍ଧ ହୋଇଯାଇଛନ୍ତି | ଏବଂ ବେଗୁନିଆପଡା ର ଚନ୍ଦନ ପୁର ଗ୍ରାମ ସମେତ ଆଖ ପାଖ ଗ୍ରାମ ର ଲୋକ ଏହି ଖବର ଶୁଣି ସ୍ତବ୍ଧ ହୋଇଯାଇଛନ୍ତି | ପୁରୁଷୋତ୍ତମପୁର ଅଞ୍ଚଳ ରେ ଏହି 10 ଦିନ ମଧ୍ୟରେ ସେହିଁ ସ୍ଥାନରେ ଦୁଈ ଦୁଈ Abbu ଆତ୍ମହତ୍ୟା ଘଟଣା କୁ ଦେଖି ଅଞ୍ଚଳ ବାସି ଚିନ୍ତାରେ ପଡି ଯାଇଛନ୍ତି | ରିପୋର୍ଟ-ପ୍ରସନ୍ନ କୁମାର ଦାଶ



















