ଗଞ୍ଜାମ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟ ନିର୍ବାହୀ ଅଧିକାରିଣୀ ରୂପେ ଯୋଗ ଦେଲେ ମଧୁମିତା ।

2236

ଗଞ୍ଜାମ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟ ନିର୍ବାହୀ ଅଧିକାରିଣୀ ରୂପେ ଯୋଗ ଦେଲେ ମଧୁମିତା ।
ଛତ୍ରପୁର; ୦୧/୦୨/୨୪ ଗଞ୍ଜାମ ଜିଲ୍ଲାପରିଷଦର ନୂତନ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟନିର୍ବାହୀ ଅଧିକାରିଣୀ ରୂପେ ଯୋଗ ଦେଲେ ମଧୁମିତା । ୨୦୨୦ ବ୍ୟାଚର ଆଇଏଏସ ମଧୁମିତା ଏହା ପୂର୍ବରୁ ପୂର୍ବରୁ ପ୍ରୋବେସନାରୀ ରୂପେ ଗଞ୍ଜାମ ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ଭାବେ କିଛିଦିନ ଦାଇତ୍ୱ ନିର୍ବାହ କରିଥିଲେ । ପରବର୍ତ୍ତୀ ସମୟରେ ସେ କନ୍ଧମାଳ ଜିଲ୍ଲାର ବାଲିଗୁଡା ଉପଜିଲ୍ଲାପାଳ ଭାବେ ଦାଇତ୍ୱ ବହନ କରି ଆସୁଥିଲେ । ବର୍ତ୍ତମାନ ଜିଲ୍ଲା ପ୍ରକଳ୍ପ ଅଧିକାରିଣୀ ରୂପେ ଦାୟିତ୍ୱ ଗ୍ରହଣ ଅବସର ରେ ଗଣ ମାଧ୍ୟମକୁ ସୌଜନ୍ୟ ମୂଳକ ସାକ୍ଷାତରେ କହିଛନ୍ତି ଯେ ମନେରେଗା ଓ ଗ୍ରାମ୍ୟ ଗୃହ ନିର୍ମାଣ ସମେତ ବିଭିନ୍ନ ଉନ୍ନୟନ ଯୋଜନାର ସଫଳ କାର୍ଯ୍ୟ କାରିତାକୁ ଗୁରୁତ୍ୱ ଦିଆଯିବ ଏବଂ ଏଥି ଲାଗି ସମସ୍ତ ପ୍ରୟାସ ଜାରି ରହିବ। ରୋଲ ମୋଡେଲ ଭାବେ ଗଞ୍ଜାମ ଜିଲ୍ଲାର ସୁନାମକୁ ବଜାଇ ରଖିବା ନିମନ୍ତେ ତାଙ୍କର ପ୍ରାଥମିକତା ରହିବ ବୋଲି କହିଛନ୍ତି । ଉନ୍ନୟନ ଅଧିକାରିଣୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ତାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ସହ ସ୍ୱାଗତ କରିଥିଲେ । ସୂଚନା ଥାଉ କି ଯେ ପୂର୍ବରୁ ଗଞ୍ଜାମ ଜିଲ୍ଲାପରିଷଦର ଉନ୍ନୟନ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭି. କୀର୍ତ୍ତି ଭାସନଙ୍କୁ କୋରାପୁଟ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ରିପୋର୍ଟ-ପ୍ରିୟବ୍ରତ ପଣ୍ଡା