ମାଟ୍ରିକ ପରୀକ୍ଷାରେA1ଗ୍ରେଡ ରଖି କୃତିତ୍ୱ ହାସଲ କରିଛନ୍ତି ଲିସାରାଣୀ

1481

ମାଟ୍ରିକ ପରୀକ୍ଷାରେA1ଗ୍ରେଡ ରଖି କୃତିତ୍ୱ ହାସଲ କରିଛନ୍ତି ଲିସାରାଣୀ

। ହିଞ୍ଜିଳିକାଟୁ:- ରାଜ୍ୟରେ କାରୋନା ମହାମାରୀ ଦ୍ୱିତୀୟ ଲହର କ୍ରମାଗତ ପ୍ରତେକ ମାସ ସଂକ୍ରମିତ ସଂଖ୍ୟା ବୃଦ୍ଧି ହେତୁ ଅଟକି ଯାଇଥିବା ମାଟ୍ରିକ ପରୀକ୍ଷା ଫଳାପଳ ଆଜି ତା ୨୫/୬ ଶୁକ୍ରବାର ପ୍ରକାଶିତ ହୋଇଛି ।ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି କ୍ରମେ ସକାଳ ସମୟରେ ଉପଲବ୍ଧ ୱେବ ସାଇଡ ଜରିଆରେ ପରୀକ୍ଷାର୍ଥୀଙ୍କ ଘୋଷିତ ନାମ ଫଳାଫଳ ପ୍ରକାଶ ପାଇଛି ।ସ୍ଥାନୀୟ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କ ସୂଚନା କ୍ରମେ ଚଳିତ ବର୍ଷର ଉକ୍ତ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମୋଟ ୩୦୫ ପରୀକ୍ଷା ଦେଇଥିଲେ ।ଏମାନଙ୍କ ମଧ୍ୟରୁ ଏ-୧ ଗ୍ରେଡରେ ମାତ୍ର ଜଣେ ପାଇଛନ୍ତି ସେ ହେଲେ ଲିସାରାଣୀ ସାହୁ ପିତା- ଅଶୋକ କୁମାର ସାହୁ ,ମାତା- ସୁଲୋଚନା ସାହୁ ଙ୍କ କନ୍ୟା । ବିଦ୍ୟାଳୟରେ ପ୍ରଥମ ସ୍ଥାନ ପାଇ ପ୍ରଶଂସିତ ହୋଇଛନ୍ତି ।ସମୁଦାୟ ମାର୍କ ୬୦୦ ରୁ ୫୫୨ ମାର୍କ ରଖି ଏ-୧ ଗ୍ରାଡ ରଖିଥିବା ସୂଚନା ମିଳିଛି । ଅନ୍ୟମାନଙ୍କ ମଧ୍ୟରେ ୧୮ ଜଣ ଏ-୨ ରଖିଥିବା ବେଳେ ବି-୧ ୩୦ଜଣ ,ବି୨ ୪୩ ଜଣ, ସି-୫୪ଜଣ, ଡି – ୧୪୧ ଜଣ, ଇ- ୧୮ଜଣ ଗ୍ରେଡ ରଖି ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟର କୃତିତ୍ୱ ହାସଲ କରିଛନ୍ତି । ରିପୋର୍ଟ ଆକାଶ ମୁନି