ଫାଲେରିଆ ଓ ନିଶାନିବାରଣ ସଚେତନତା କାର୍ଯ୍ୟକ୍ରମ ।

59

ଫାଲେରିଆ ଓ ନିଶାନିବାରଣ ସଚେତନତା କାର୍ଯ୍ୟକ୍ରମ ।

ହିଞ୍ଜିଳିକାଟୁ -୦୮/୦୮/୨୪ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ସ୍ବୟଂ ଶାସିତ ବିଜ୍ଞାନ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ତରଫରୁ ଫାଲେରିଆ ଓ ନିଶା ନିବାରଣକୁ ନେଇ ସଚେତନତା କାର୍ଯ୍ୟକ୍ରମ ଅଧ୍ୟକ୍ଷ ଅରୁଣ କୁମାର ଖାଡଙ୍ଗାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏହି ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନୀତ ଅଥ୍ତି ଭାବରେ ପ୍ରଶାସନିକ ଅଧିକାରୀ ଡ.ପ୍ରଦୀପ କୁମାର ନନ୍ଦ, ଡ.କେଶବ ଷଡ଼ଙ୍ଗୀ,ଡ.ପ୍ରଫୁଲ କୁମାର ରଥ ଯୋଗ ଦେଇଥିଲେ ।ଏହି ଅବସରରେ ପ୍ରାଧ୍ୟାପକ ଦୀନବନ୍ଧୁ ମହାନ୍ତି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଆଲୋଚନା କରିଥିଲେ | ହିଞ୍ଜିଳିକାଟୁ ସ୍ବାସ୍ଥ୍ୟ ବିଭାଗର ସୁପରଭାଇଜର ଶ୍ରୀ ଅଶୋକ କୁମାର ମିଶ୍ର ଏବଂ ସଂଯୋଜକ ପ୍ରେମାନନ୍ଦ ସାମନ୍ତରାୟ ଯୋଗଦେଇ ନିଶା ସ୍ବାସ୍ଥ୍ୟ ପାଇଁ କେତେ କ୍ଷତି କାରକ ଏବଂ ଫାଲେରିଆ କିପରି ହୁଏ ତାର ଲକ୍ଷଣ କଣ କିପରି ସୁସ୍ଥ ହୋଇପାରିବା
ବିଷଦ ଭାବରେ ଆଲୋଚନା କରିଥିଲେ । ପ୍ରୋଗ୍ରାମ ଅଫିସର ଅଧ୍ୟାପକ ଅନିଲ ପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରୋଗ୍ରାମ ଅଫିସର ଅଧ୍ୟାପିକା ସାଇଲକ୍ଷ୍ମୀ ଆମ୍ୱାତି ଧନ୍ୟବାଦ ଅର୍ପଣ କରିଥିଲେ । ସ୍ବେଚ୍ଛାସେବି କାହ୍ନୁ ଚରଣ ପାତ୍ର, କୋରା ବଡ଼ମୁଣ୍ଡି, କାଳିଆ ସାହୁ, ଚନ୍ଦନ ମହାଙ୍କୁଡ଼, ଶିବ ପ୍ରସାଦ ଡାକୁଆ, ଦେବଦତ୍ତ ରଥ, ଶୁଭମ ପାଣିଗ୍ରାହୀ,ସନ୍ତୋଷ ଗୌଡ଼, ଆକାଶ ସାହୁ, ପ୍ରାଚୀ, ନନ୍ଦିତା, ଦୀପା, ବାପାନୀ ଗୌଡ଼ ଓ ଶ୍ରେୟା ଶତପଥୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

ଫାଲେରିଆ ଓ ନିଶାନିବାରଣ ସଚେତନତା କାର୍ଯ୍ୟକ୍ରମ । 1