ଚୋରୀ ଅଭିଯୋଗରେ ଦୁଇ ଗିରଫ
ଭଞ୍ଜନଗର :- ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଇଲାକାରେ ଗତ କିଛି ଦିନ ମଧ୍ୟରେ ହୋଇଥିବା ପୃଥକ ଚୋରୀ ଘଟଣାରେ ପୋଲିସ ଶୁକ୍ରବାର ଦୁଇ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥି ସହିତ ସେମାନଙ୍କ ନିକଟରୁ ଟଙ୍କା ସହ ମାରଣାସ୍ତ୍ର ଜବତ ହୋଇଛି। ଗିରଫ ଯୁବକ ମାନେ ଜାମପଲ୍ଲୀ,ଗାମୁଣ୍ଡି,ବେଲଗୁଣ୍ଠା ଏବଂ ଗାଲେରୀ ଅଞ୍ଚଳର ଏକାଧିକ ଘର ର କବାଟ ଓ ଗ୍ରିଲ କୁ ଶାବଳ ରେ ଭାଙ୍ଗି ଚୋରି କରୁଥିଲେ। ଗତ କିଛି ଦିନ ପୁର୍ବେ ଜାମପଲ୍ଲୀ ସ୍ଥିତ କୁମୁଦିନ ବିହାର ରେ ରହୁଥିବା ସ୍ୱାଧୀନ ବେହେରା ଙ୍କ ଘରୁ ମଧ୍ୟ ଚୋରି ହୋଇଥିଲା।ଏନେଇ ସେ ଗତ ୨୧ ତାରିଖରେ ଅଭିଯୋଗ କରିଥିଲେ।ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରିବା ସହ ଏଥିରେ ସମ୍ପୃକ୍ତ ଯୁବକ ମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ଚୋରି ଘଟଣାରେ ଶୁକ୍ରବାର ଭଞ୍ଜନଗର ପୋଲିସ ବେଲଗୁଣ୍ଠା ଥାନା ଅଧିନ ଓସ୍ତା ଗ୍ରାମର ସୁଦର୍ଶନ ବେହେରା ଓ ଭଞ୍ଜନଗର ଥାନା ଅଧିନ ବାଉଁଶଲୁଣ୍ଡି ଗ୍ରାମର ବଳରାମ ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ଏହା ସହ ସେମାନଙ୍କ ନିକଟରୁ ୨୬ ହଜାର ୪୦୦ ଟଙ୍କା ଓ ଏକ ଶାବଳ,ଖଣ୍ଡା ଏବଂ ଗୋଟିଏ ନିହଣ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି। ଏ ନେଇ ୬୭୨ / ୨୪ ରେ ଏକ ମାମଲା ରୁଜ୍ଜୁ ତଦନ୍ତ ଜାରି ରହିଥିବା ଥାନାଧିକାରୀ କୁମର ମୁଦୁଲି ସୂଚନା ଦେଇଛନ୍ତି।



















