ଜାମିନରେ ଫେରିଲେ ପିଣ୍ଟୁ , ସ୍ୱାଗତ ସମ୍ବର୍ଦ୍ଧନା ସହ ବାଜା ବଜେଇ ଗ୍ରାମ ପରିକ୍ରମା କଲେ ଗ୍ରାମବାସୀ

238
ଜାମିନରେ ଫେରିଲେ ପିଣ୍ଟୁ , ସ୍ୱାଗତ ସମ୍ବର୍ଦ୍ଧନା ସହ ବାଜା ବଜେଇ ଗ୍ରାମ ପରିକ୍ରମା କଲେ ଗ୍ରାମବାସୀ 1

ଜାମିନରେ ଫେରିଲେ ପିଣ୍ଟୁ , ସ୍ୱାଗତ ସମ୍ବର୍ଦ୍ଧନା ସହ ବାଜା ବଜେଇ ଗ୍ରାମ ପରିକ୍ରମା କଲେ ଗ୍ରାମବାସୀ

ଶେରଗଡ ;- ଶେରଗଡ ଥାନା ତଥା ବ୍ଳକ ଅନ୍ତର୍ଗତ ଅଲାରିଗଡ଼ର ଯୁବ ନେତା ସନ୍ତୋଷ କୁମାର ପଟ୍ଟନାୟକ ଓରଫ ପିଣ୍ଟୁ ଶୁକ୍ରବାର ୫ଘଣ୍ଟ ସମୟରେ କୋର୍ଟ ରାୟ ପ୍ରକାରେ ଜାମିନ ମଞ୍ଜୁର ହୋଇଛି । ତାଙ୍କ ଜାମିନ ହେବା ଶୁଣି ଶେରଗଡ ବ୍ଳକ ର ବହୁ ଗ୍ରାମବାସୀ ଙ୍କ ସହିତ ଅଲାରିଗଡର ବହୁ ନେତା ଓ ସମର୍ଥକ ମାନେ ଆସିକା ହଜାତ ଠାରେ ଶତାଧିକ ଜମା ହୋଇଥିଲେ । ହଜାତ ରୁ ବାହାରୁ ବାହାରୁ ତାଙ୍କୁ ପାଛୋଟି ନେଇ ତାଙ୍କ ଜନ୍ମ ସ୍ଥାନ ଅଲାରିଗଡ ଅଭିମୁଖେ ବାହାରିଥିଲେ । ସୂଚନା ଥାଉକି ଗତ ଜୁଲାଇ ମାସ ୨୫ତାରିଖରେ ଧନନ୍ତର ପଞ୍ଚାୟତର ସରପଞ୍ଚଙ୍କ ବାପା ନିରଞ୍ଜନ ଜେନା ଓରଫ୍ କାଳିଆ ଜେନା ଉପରକୁ ଗୁଳି ମାଡ ଘଟଣାରେ ଶେରଗଡ ପୋଲିସ ୧୧ ଜଣ ସମତେ ବିଜେଡି ନେତା ସନ୍ତୋଷ କୁମାର ପଟ୍ଟନାୟକ(ପିଣ୍ଟୁ) ଙ୍କୁ ମଧ୍ୟ ଗିରଫ କରି ଆସିକା ଜେଲ ହାଜତକୁ ପଠାଇଥିଲେ।ଦୀର୍ଘ ଦିନ ପରେ ଆଜି ପିଣ୍ଟୁ ଜେଲରୁ ରିଲିଜ୍ ହେବା ପରେ ଶହ ଶହ ବିଜେଡି କର୍ମୀ ଏବଂ ତାଙ୍କ ସମର୍ଥକ ମାନେ ବିରାଟ ପଟୁଆରକରି ରାଲି ମାଧ୍ୟମରେ ପିଣ୍ଟୁଙ୍କୁ ନିଜ ଗ୍ରାମଙ୍କୁ ଆଣିଥିଲେ । ଗ୍ରାମରେ ପହଞ୍ଚିବା ପରେ ଗ୍ରାମର ମହିଳା ମାନେ ରାସ୍ତାରେ ଫୁଲ ମାଳ ଓ ଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ପାଛୋଟି ନେଇଥିଲେ । ପ୍ରଥମେ କାଳୀ ମନ୍ଦିର ଓ ଜଗନ୍ନାଥ ମନ୍ଦିର ଦର୍ଶନ କରି କୃପାଭିକ୍ଷା ଲାଭ କରିଥିଲେ । ମହା ସମାରୋହରେ ବାଜା ବଜାଣରେ ଗ୍ରାମ ପିଣ୍ଟୁ ନିଜ ସମର୍ଥକ ସହ ପରିକ୍ରମା କରିଥିଲେ। ପିଣ୍ଟୁ ଆସିବା ପରେ ଶେରଗଡ଼ ରାଜନୀତି ମୋଡ଼ ବଦଳି ପାରେ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଥିବା ଶୁଣିବାକୁ ମିଳିଛି ।