ବନବାସୀ କଲ୍ୟାଣ ଆଶ୍ରମ ଓ କମାପଲ୍ଲୀ ସପ୍ତାହିକ ମିଳନର ସ୍ବାଧୀନତାର ଅମୃତ ମହୋତ୍ସଵ ଆଲୋଚନା ଚକ୍ର।

77

ବନବାସୀ କଲ୍ୟାଣ ଆଶ୍ରମ ଓ କମାପଲ୍ଲୀ ସପ୍ତାହିକ ମିଳନର ସ୍ବାଧୀନତାର ଅମୃତ ମହୋତ୍ସଵ ଆଲୋଚନା ଚକ୍ର ।
ବ୍ରହ୍ମପୁର-୧୪/୮ ବ୍ରହ୍ମପୁର ସ୍ଥିତ ରାମହରିନଗର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ବନବାସୀ କଲ୍ୟାଣ ଆଶ୍ରମ ଗଂଜାମ ଶାଖା ଓ କମାପଲ୍ଲୀ ସପ୍ତାହିକ ମିଳନର ମିଳିତ ଆନୁକୂଲ୍ୟରେ ସ୍ଵାଧୀନତାର ଅମୃତ ମହୋତ୍ସବ ସମ୍ବନ୍ଧରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ବୈଠକରେ ସାପ୍ତାହିକ ମିଳନର ସଭାପତି ମୋହନ ପଣ୍ଡା, ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ବିଭାଗ ସଂଘ ଚାଳକ ଆସିକା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ: ଭଗବାନ ତ୍ରିପାଠୀ,ଅବରସପ୍ରାପ୍ତ ଅଧ୍ୟାପକ ଡ: ପ୍ରକାଶଚନ୍ଦ୍ର ପାଣିଗ୍ରାହୀ,ସରସ୍ବତୀ ଶିଶୁମନ୍ଦିରର ସମ୍ପାଦକ ସୁରେଶ ଚନ୍ଦ୍ର ବିଷୋୟୀ ମଞ୍ଚାସୀନଥିଲେ । ଏବଂ ଆଲୋଚନା ଚକ୍ରକୁ ସଞ୍ଚାଳନ କରୁଥିଲେ ବନବାସୀ କଲ୍ୟାଣ ଆଶ୍ରମ ବ୍ରହ୍ମପୁର ନଗର ଶାଖାର ସମ୍ପାଦକ ଶ୍ରୀ କୁମୁଦଚନ୍ଦ୍ର ସାମଲ। ଆଲୋଚନାରେ ଭାଗନେଇ ସ୍ଵାଧୀନତା ଆନ୍ଦୋଳନରେ ଭାଗନେଇଥିବା ବନବାସୀ ବିର୍ସାମୁଣ୍ଡାଙ୍କ ଉପରେ ଶ୍ରୀ ରବିନାରାୟଣ ବେହେରା, ସହିଦ୍ ଲକ୍ଷ୍ମଣ ନାୟକଙ୍କ ଉପରେ ଶ୍ରୀ ପ୍ରମୋଦ କୁମାର ବାଜୁବନ୍ଧ,ବୀର ସୁରେନ୍ଦ୍ର ସାଏଙ୍କ ଉପରେ ଶ୍ରୀ ପ୍ରକାଶଚନ୍ଦ୍ର ପାତ୍ର,ଚକରା ବିଷୋୟୀଙ୍କ ଉପରେ ସୁରେଶ ବିଷୋୟୀ,ଧରଣୀଧର ଭୂୟାଁଙ୍କ ଉପରେ ବନବାସୀ କଲ୍ୟାଣ ଆଶ୍ରମର ଗଞ୍ଜାମ ବିଭାଗ ପୂର୍ଣ୍ଣକାଳୀନ ଦାୟିତ୍ଵରେ ଥିବା ଶ୍ରୀମାନ୍ ପୀତବାସ ପଣ୍ଡା, ସମାଜ ସେବୀ ସରିତା ପଣ୍ଡା ବନବାସୀ ମାନଙ୍କ ପ୍ରତି ଆମର କର୍ତ୍ତବ୍ୟ, ବିଜୁପଟ୍ଟକ ହୋମିଓପ୍ୟାଥିକ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡା ପ୍ରଶାନ୍ତ ପତି ବନବାସୀ କଲ୍ୟାଣ ଆଶ୍ରମର ଲକ୍ଷ୍ୟ ଉପରେ ଆଲୋକପାତ କରିଥିଲେ ଶେଷରେ ବିଶ୍ଵନାଥ ଦାଶ ଧନ୍ୟବାଦ ପ୍ରଦାନକରି ଶାନ୍ତିମନ୍ତ୍ର ସହ ସଭାସାଙ୍ଗ କରାଗଲା ।
ରିପୋର୍ଟ-ପ୍ରିୟବ୍ରତ ପଣ୍ଡା

ବନବାସୀ କଲ୍ୟାଣ ଆଶ୍ରମ ଓ କମାପଲ୍ଲୀ ସପ୍ତାହିକ ମିଳନର ସ୍ବାଧୀନତାର ଅମୃତ ମହୋତ୍ସଵ ଆଲୋଚନା ଚକ୍ର। 1