ବର୍ଷାରେ ଓଦା ହୋଇ ସଫେଇ କରୁଥିବା କର୍ମଚାରୀଙ୍କୁ ରେଇନ କୋଟ ପ୍ରଦାନ କରି ପ୍ରଶଂସା ପାଇଲେ କର୍ପୋରେଟର ସୂର୍ଯ୍ୟକାନ୍ତ

132

ବର୍ଷାରେ ଓଦା ହୋଇ ସଫେଇ କରୁଥିବା କର୍ମଚାରୀଙ୍କୁ ରେଇନ କୋଟ ପ୍ରଦାନ କରି ପ୍ରଶଂସା ପାଇଲେ କର୍ପୋରେଟର ସୂର୍ଯ୍ୟକାନ୍ତ

ବ୍ରହ୍ମପୁର: ସଫେଇ କର୍ମଚାରୀମାନେ ଦିନରାତି ଅକ୍ଲାନ୍ତ ପରିଶ୍ରମ କରି ଜନସାଧାରଣଙ୍କୁ ସେବା ଯୋଗାଇବା ସହ ବ୍ରହ୍ମପୁର ସହରକୁ ସୁନ୍ଦର କରିବା ଏବଂ ବ୍ରହ୍ମପୁର ମହାନଗର ନିଗମକୁ ରାଜ୍ୟରେ ଏକ ନଂ କରିବାରେ ପ୍ରମୂଖ ଭୂମିକା ଗ୍ରହଣ କରିଛନ୍ତି । ଗତକଲି ବର୍ଷାରେ ୧୨ ନମ୍ବର ୱାର୍ଡର କିଛି ସଫେଇ କର୍ମଚାରୀମାନେ ହାଉସିଂ ବୋର୍ଡ ଓ ପ୍ରେମ ନଗର ଅଞ୍ଚଳରେ ବର୍ଷାରେ ଓଦା ହୋଇ ସଫେଇକାର୍ଯ୍ୟ କରୁଥିଲେ । ଠିକ ଏହି ସମୟରେ ସ୍ଥାନୀୟ କର୍ପୋରେଟର ସୂର୍ଯ୍ୟକାନ୍ତ ସୁବୁଦ୍ଧି ସଫେଇ କର୍ମଚାରୀମାନେ ବର୍ଷାରେ ଓଦା ହୋଇ ନିଜର କର୍ତ୍ତବ୍ୟପୁରଣ୍ୟ କାଯ୍ୟ ଜାରି ରଖିଥିବା ଦେଖି କର୍ପୋରେଟର ଶ୍ରୀ ସୁବୁଦ୍ଧି ନିଜର ମାନବିକତା ଦେଖାଇଛନ୍ତି । ସେ ତାଙ୍କ ନିଜସ୍ବ ହାତ ପାଣ୍ଠିରୁ ଟଙ୍କା ଖର୍ଚ୍ଚକରି ୧୨ ନଂ ୱାର୍ଡର ସମସ୍ତ ସଫେଇ କର୍ମଚାରୀ ଓ ସୁପରଭାଇଜରମାନଙ୍କୁ ଉନ୍ନତ ମାନର ରେଇନ କୋଟ ପ୍ରଦାନ କରିଛନ୍ତି । ସଫେଇ କର୍ମଚାରୀମାନଙ୍କ ଏଭଳି କାଯ୍ୟକୁ କର୍ପୋରେଟର ସୁବୁଦ୍ଧି ଉଚ୍ଚ ପ୍ରଶଂସା କରିବା ସହ ସଫେଇ କର୍ମଚାରୀ ମାନେ ୧୨ ୱାର୍ଡକୁ ନିଜର ଭାବି ବର୍ଷାରେ ଓଦା ହୋଇ ଜନସାଧାରଣଙ୍କୁ ସେବା ଯୋଗାଇଥିବାରୁ ତାଙ୍କୁ କୃତଜ୍ଞତା ମଧ୍ୟ ଜଣାଇଛନ୍ତି । ନିର୍ବାଚନ ବେଳେ ଦେଇଥିବା ପ୍ରତିଶ୍ରୁତି ପାଳନ କରିବା ସହ ଲୋକଙ୍କ ସମସ୍ୟା ସହ ଜଡ଼ିତ ହୋଇ ରହୁଛନ୍ତି କର୍ପୋରେଟର ସୂର୍ଯ୍ୟକାନ୍ତ ସୁବୁଦ୍ଧି । ସେ ଲୋକଙ୍କ ସମସ୍ୟା ସହ ଜଡ଼ିତ ହୋଇ ରହିବା ସହ ସଫେଇ କର୍ମଚାରୀଙ୍କୁ ରେଇନକୋଟ ପ୍ରଦାନ କରିବା ସମେତ ବିଭିନ୍ନ ସମୟରେ ସେ ବହୁ ଲୋକଙ୍କ ସମସ୍ୟାର ସମାଧାନ କରିଛନ୍ତି । ତେଣୁ ଅଞ୍ଚଳ ବହୁ ବରିଷ୍ଠ ବୁଦ୍ଧିଜୀବୀ ସୁବୁଦ୍ଧଙ୍କ ଏଭଳି କାର୍ଯ୍ୟକୁ ସାଧୁବାଦ ଜଣାଇଛନ୍ତି । ଏନେଇ କର୍ପୋରେଟର ଶ୍ରୀ ସୁବୁଦ୍ଧି କହିଛନ୍ତି ଯେ, ୱାର୍ଡବାସୀଙ୍କ ସୁଖ ଦୁଃଖରେ ସାମିଲ ହେବି ବୋଲି ମୁଁ ପ୍ରତିଶ୍ରୁତିବଦ୍ଧ ହୋଇଛି। ନିର୍ବାଚନରେ ମୋତେ ମୋ ୱାର୍ଡବାସୀ ଯେଉଁ ବିଶ୍ୱାସ ଓ ଭରଷାରେ କର୍ପୋରେଟର କରାଇଛନ୍ତି । ସେ ବିଶ୍ୱାସ ଓ ଭରଷାକୁ ମୁଁ କେବେ ଭାଙ୍ଗିବି ନାହିଁ । ଆଉ ରହିଲା ସଫେଇ କର୍ମଚାରୀଙ୍କୁ ରେଇନ କୋଟ ପ୍ରଦାନ କରିବା କଥା , ଏହା ମୋର ମହାନତା ନୁହେଁ ,ଏହା ମୋର ଏକ ମାନବିକତା । ଉକ୍ତ ସଫେଇ କର୍ମଚାରୀମାନେ ବର୍ଷାରେ ଭିଜି କାର୍ଯ୍ୟ କରୁଥିଲେ, ଯାହା ଦେଖିବା ମାତ୍ରେ ମୋତେ ଅତି କଷ୍ଟ ଅନୁଭୂତି ହୋଇଥିଲା । ତେଣୁ ସେହି କଷ୍ଟକୁ ଦୂରର କରିବା ପାଇଁ ଏଭଳି ଏକ ଛୋଟିଆ ପ୍ରୟାସ କରିଲି ।

ବର୍ଷାରେ ଓଦା ହୋଇ ସଫେଇ କରୁଥିବା କର୍ମଚାରୀଙ୍କୁ ରେଇନ କୋଟ ପ୍ରଦାନ କରି ପ୍ରଶଂସା ପାଇଲେ କର୍ପୋରେଟର ସୂର୍ଯ୍ୟକାନ୍ତ 1

ରିପୋର୍ଟ-ପ୍ରିୟବ୍ରତ ପଣ୍ଡା