ଫୁଲବାଣୀ ରେ ବିଶ୍ଵ ମାନବ ଅଧିକାର ଦିବସ ପାଳନ

72

ଫୁଲବାଣୀ ରେ ବିଶ୍ଵ ମାନବ ଅଧିକାର ଦିବସ ପାଳନ

ଫୁଲବାଣୀ; ୧୦/୧୨ ( ନିୟୁଜ ରିରିଭେଲସ )କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମା ସ୍ଥିତ ସରକାରୀ ମହିଳା ମହାବିଦ୍ୟାଳୟ ଠାରେ ଜିଲ୍ଲା ଜର୍ଜ ଙ୍କ ନିର୍ଦେଶରେ ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣ ଫୁଲବାଣୀ ପକ୍ଷ୍ୟରୁ ବିଶ୍ଵ ମାନବ ଅଧିକାର ଦିବସ ପାଳିତ ହୋଇଯାଇଛି ! ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଜର୍ଜ୍ ସତ୍ୟପ୍ରିୟ ମିଶ୍ର ଓ ଏ ଡି ଜେ ଏମ୍ ଭାସ୍କର ଚନ୍ଦ୍ର ସାହୁ ଯୋଗ ଦେଇଥିଲେ ! ସମ୍ମାନିତ ଅତିଥି ଭାବେ ସି ଜି ଏମ୍ ସଇତିକ ପତ୍ର, ସି ଏ ଦେଶ ପ୍ରିୟା ବାରିକ, ରେଜିଷ୍ଟର ଅନୁଶିଳା ରାଏ, ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣ ସଚିବ ଅରଜିତ ଦାସ, ଏସ୍ ଡି ଜି ଏମ୍ ସୌମ୍ୟଶ୍ରୀ ମହାପାତ୍ର, ଯେ ଏମ୍ ଏଫ୍ ସି ସ୍ଵାଗତିକା ସ୍ଵାଇଁ, ବାର ଆସୋସିଏସନ ସଭାପତି ବିଜୟ ମହାନ୍ତି, ସମ୍ପାଦକ ଦୂର୍ଗା ଶଙ୍କର ପଟ୍ଟନାୟକ, ବରିଷ୍ଟ ଆଇନଜୀବୀ ବଜୟ କୃଷ୍ଣ ପଟ୍ଟନାୟକ ଯୋଗ ଦେଇ ଥିଲେ ! ଜିଲ୍ଲା ଜର୍ଜ୍ ନିଜସ୍ଵ ବକ୍ତବ୍ୟରେ ମହାବିଦ୍ୟାଳୟର ଛାତ୍ରୀ ମାନଙ୍କୁ ଆଇନ୍ ଓ ମାନବ ଅଧିକାର ଉପରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିବା ସହ ଆଇନ୍ କାନୁନ୍ ଉପରେ କିଛି ବୁଝାଇଥିଲେ ! ସାମ୍ବିଧାନିକ ଅଧିକାର ଉପରେ ସମସ୍ତେ ସଚେତନ ହେବା ସହିତ ଆଇନକାନୁନ ବିଷୟରେ ଜ୍ଞାନ ଆହରଣ କରିବା ଉଚିତ୍ ବୋଲି କହିଥିଲେ ! ଯାହାକି ଉପସ୍ଥିତ ଥିବା ସମସ୍ତ ବ୍ୟକ୍ତି ବିଶେଷ ଓ ଛାତ୍ରୀ ମାନଙ୍କ୍ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଥିଲା ! ସମ୍ମାନିତ ଅତିଥି ମାନେ ନିଜନିଜର ଅଭିଜ୍ଞତାକୁ ନେଇ ସାମ୍ବିଧାନିକ ଆଇନ୍ ଓ ମାନବାଧିକାର ବିଷୟରେ ଛାତ୍ରୀ ମାନଙ୍କୁ ବୁଝାଇଥିଲେ ! ଶେଷରେ ସରକାରୀ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ତନୁଜା ସିଂ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ | ସମନ୍ତରାଳ ଭାବେ ଫୁଲବାଣୀ ପ୍ରେସ କ୍ଳବ ଠାରେ ମଧ୍ୟ ଜାତୀୟ ମାନବାଧିକାର ଦିବସ ପାଳନ କରାଯାଇଥିଲା | ଏହି ଦିବସରେ ମୁଖ୍ୟ ଅତିଥି ଶ୍ରୀ ଧର୍ମେନ୍ଦ୍ର ତାଣ୍ଡି,ଯୋଗଦାନ କରି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲା ବେଳେ ସନମାନିତ ଅତିଥି ଭାବେ ବରିଷ୍ଠ ଆଇନଜୀବୀ, ସମାଜ ସେବି ଶ୍ରୀ ସତ୍ୟନାରାୟଣ ବେହେରା,ବରିଷ୍ଠ ଆଇନଜୀବୀ ଶ୍ରୀ ବିଜୟ ମହାନ୍ତି, ନବକିଶୋର ରଥ, ଶ୍ରୀ ସରୋଜ କୁମାର ତରାସିଆ ରାଜ୍ୟ ସଭାପତି, ଓ ବରିଷ୍ଠ ସାମ୍ବାଦିକ ଶ୍ରୀ ସନ୍ତୋଷ କୁମାର ଦିଗାଲ ପ୍ରମୁଖ ଯୋଗଦାନ କରିଥିଲେ ଏହି କାର୍ଯ୍ୟକ୍ରମ ରେ ପ୍ରେସ କ୍ଳବ ର ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ବେହେରା ଶିବ ବିଶ୍ୱାଳ, ସମ୍ପାଦକ ଡ଼ଃ ସୋମନାଥ ବାଘ, ସମେତ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ସମୂହ ଯୋଗଦାନ କରି ଆଇନ ଉପରେ ସଚେତନ କରିଥିଲେ | ଏହି କାର୍ଯ୍ୟକ୍ରମକୁ କନ୍ଧମାଳ ହ୍ୟୁମାନ ରାଇଟ୍ସ ସମିତିର ଚେୟାରମ୍ୟାନ ଜାକିର ହୁସେନ ପରିଚାଳନା କରିଥିଲେ ଓ ସ୍ବେଛାସେବୀ ମହାସଂଘ ର ସମ୍ପାଦକ ଶ୍ରୀ ସୁଶାନ୍ତ ନାୟକ ଙ୍କ ନେତୃତ୍ୱରେ ମଧ୍ୟ ଠାରେ ଥିବା ନିପୀଡ଼ିତ କାର୍ଯ୍ୟାଳୟ ପରିସର ମଧ୍ୟରେ ଜାତୀୟ ମାନବାଧିକାର ଦିବସ, ଵା ଆର୍ଥିକ ପରିଚାଳନା ଦିବସ ଭାବେ ପାଳନ କରାଯଇଥିଲା | ରିପୋର୍ଟ :- କ୍ଷୀରୋଦ କୁମାର ସାହାଣୀ |

ଫୁଲବାଣୀ ରେ ବିଶ୍ଵ ମାନବ ଅଧିକାର ଦିବସ ପାଳନ 1