ସରକାରଙ୍କର ମୌଳିକ ସୁବିଧାରୁ ବଂଚିତ ତ୍ରିଦେବ ନଗର ଓ ରୁଗୁଡ଼ି ସାହି ବସ୍ତି ବାସିନ୍ଦା

17

ସରକାରଙ୍କର ମୌଳିକ ସୁବିଧାରୁ ବଂଚିତ ତ୍ରିଦେବ ନଗର ଓ ରୁଗୁଡ଼ି ସାହି ବସ୍ତି ବାସିନ୍ଦା
ଫୁଲବାଣୀ ତା,୦ ୭/୦୧ ( ନିୟୁଜ ରିଭେଲସ ) କନ୍ଧମାଳ ଜିଲ୍ଲା ପୌର ପରିଷଦ ଅନ୍ତର୍ଗତ ବିଭିନ୍ନ ବସ୍ତି ଗୁଡ଼ିକ ପାହାଡ଼ିଆ ଅଞ୍ଚଳରେ ଥିବାହେତୁ ଅଧିକାଂଶ ଲୋକ ମାନେ ସରକାରୀ ଜମି ଉପରେ ଗୃହ ନିର୍ମାଣ କରି ନିଜ ନିଜର ପରିବାର ଙ୍କୁ ନେଇ ନିଜର ଜୀବନ ଜୀବିକା ନିର୍ବାହ କରି ଆସୁଛନ୍ତି । ସେଇ ବସ୍ତିମାନଙ୍କ ମଧ୍ୟରେ ହେଲା,ପିଅନପଡା , କେନ୍ଦୁପଦର , ନଦୀଖଣ୍ଡି ସାହି, ଚନ୍ଦନ ନଗର, ଅରବିନ୍ଦ ନଗର, ଗୋପାଳ ସାହି ,ମେଡ଼ିକାଲ ଛକ ମୁଣ୍ଡିଆ ସାଇ | ବର୍ତ୍ତମାନ ପୌର ପରିଷଦ ର ଅଧକ୍ଷା ଶ୍ରୀମତୀ ସ୍ମିତାରାଣୀ ମହାନ୍ତି ଓ ପୌର ପରିଷଦ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ବଳଦେବ ବେହେରାଙ୍କତତ୍ୱାବଧାନ ରେ ଦ୍ରୁତ ଗତିରେ ସହର ର ଗଳିକନ୍ଦିରେ ବା ଉପରୋକ୍ତ ବସ୍ତି ମାନଙ୍କରେ ପକ୍କା ରାସ୍ତା ଗୁଡିକର ପୂନର୍ବାର ଉର୍ନ୍ନତି କରଣ କାର୍ଯ୍ୟ ତ୍ୱରାନ୍ୱିତ ହେଉଥିବା ଦେଖିବାକୁ ମିଳୁଛି । କିନ୍ତୁ ଜିଲ୍ଲାପାଲ ଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର ୨, କିଲୋମିଟର ବ୍ୟବଧାନ ମଧ୍ୟରେ ନାରାୟଣି ମନ୍ଦିର ରୋଡ଼ ପାର୍ଶ୍ୱରେ ଅବସ୍ଥିତ ତ୍ରିଦେବ ନଗର ,ଓ,ରୁଗୁଡିସାଇ ବସ୍ତିବାସିନ୍ଦା ସରକାର ଓ ଫୁଲବାଣୀ ପୌର ପରିଷଦର ଯୋଗାଉଥିବା ବିଭିନ୍ନ ସୁବିଧାରୁ ବଞୀତ ହେଉଛନ୍ତି , ଉକ୍ତ ବସ୍ତିରେ ବସ ବାସ କରୁଥିବା ନିରିହ ଗରିବ ଅସହାୟ ଆଦିବାସୀ ହରିଜନ ଏବଂ ବିଭିନ୍ନ ଶ୍ରେଣୀର ନିରିହ ପରିବାର ଜନସାଧାରଣ । ଉକ୍ତ ବସ୍ତିରେ ଆଜିପଯ୍ୟନ୍ତ ପୌର ପରିଷଦ ତରଫରୁ କୌଣସି ପ୍ରକାର ରାସ୍ତା ଘାଟ କିମ୍ବା ବିଜୁଳି ଆଲୁଅ, ନା ପିଇବା ପାଣିର ସୁବିଧା ଯୋଗାଇ ଦିଆ ଯାଇନଥିବା ବସ୍ତି ବାସିନ୍ଦା କ୍ଷଭୋ ର ସହିତ ପ୍ରକାଶ କରିଛନ୍ତି |

ସରକାରଙ୍କର ମୌଳିକ ସୁବିଧାରୁ ବଂଚିତ ତ୍ରିଦେବ ନଗର ଓ ରୁଗୁଡ଼ି ସାହି ବସ୍ତି ବାସିନ୍ଦା 1

ବସ୍ତି ବାସିନ୍ଦା ନିଜର ଗମନା ଗମନ ର ସୁବିଧା ପାଇଁ ନିଜେ ମିଳିମିଶି ଛୋଟ କାଟରଏକ ମାଟି ରାସ୍ତା ନିର୍ମାଣ କରି ଉକ୍ତ ବସ୍ତିର ଲୋକମାନେ ଯିବା ଆସିବା କରୁଥିବା ଦେଖିବାକୁ ମିଳୁଛି । ବର୍ତ୍ତମାନ ଫୁଲବାଣୀ ପୌର ପରିଷଦ ଏବଂ ସରକାର ଙ୍କର ବିଭିନ୍ନ ଯୋଜନା ତଥା ଏସ୍,ଡି,ଏ, କମିଟି, ବସ୍ତି ବାସିନ୍ଦା ସଂଘ ମାଧ୍ୟମରେ ଆସୁଥିବା ବିଭିନ୍ନ ଯୋଜନାରୁ ବଞ୍ଚିତ ହେଉଛନ୍ତି ପ୍ରାୟ ଶତାଧିକ ଘରର ଉଭୟ ବସ୍ତିର ପରିବାର । ବାରମ୍ବାର ଲିଖିତ ଏବଂ ମୋୖଖିକ ଭାବରେ ପୌର ପରିଷଦ ଅଧକ୍ଷା ଙ୍କୁ ଗୁହାରି କରିବା ସତ୍ୱେ ମଧ୍ୟ କୈାଣସି ଫଳପ୍ରଦ ହୋଇପାରୁନାହିଁ ।

ସରକାରଙ୍କର ମୌଳିକ ସୁବିଧାରୁ ବଂଚିତ ତ୍ରିଦେବ ନଗର ଓ ରୁଗୁଡ଼ି ସାହି ବସ୍ତି ବାସିନ୍ଦା 3

ଏଣୂ ତ୍ରିଦେବ ନଗର ବସ୍ତିର ଶତାଧିକ ପରିବାର ମୋୖଳିକ ଅଧିକାରରୁ ବଞ୍ଚିତହୋଇ ବହୁତ ଅସୁବିଧା ମଧ୍ୟରେ ରହି ବସ ବାସ କରୁଛନ୍ତି | ଫୁଲବାଣୀ ପୌର ପ୍ରଶାସନ କିମ୍ବା ଜିଲ୍ଲା ପ୍ରଶାସନ ଉକ୍ତ ବସ୍ତି ବାସିନ୍ଦା ଙ୍କ କୌଣସି ଆବେଦନ କୁ ଗ୍ରହଣ କରୁନ ଥିବା ଯୋଗୁଁ ସେମାନେ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ସାଶନ ସଚିବ, ଫାଇପ ଟି ସଚିବ ଓ ଜାତୀୟ ମାନବାଧିକାର କମିଶନ ର ଦ୍ୱାରସ୍ତ ହେବାପାଇଁ ପ୍ରସ୍ତୁତ ହେବା କଥା ଆଲୋଚନା ହେଉଛି । ସୁଚନା ଥାଉକି ତ୍ରିଦେବ ନଗର ବସ୍ତିର ବିଭିନ୍ନ ସମସ୍ୟାର ସରଳ ସମାଧାନ ପାଇଁ ବସ୍ତିରେ ବାସ କରୁଥିବା କେତେକ ଶିକ୍ଷିତ ପରିବାର ତଥା ଜାତୀୟ ହ୍ୟୁମାନ ରାଇଟ୍ସ କମିଶନ ସଦସ୍ୟ ତଥା ଯୁବ ସମାଜସେବୀ ଶ୍ରୀ ବିରାଜ କୁମାର ପ୍ରଧାନ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ଯାହାକି ଉକ୍ତ କେସ,NO, W.P,(C )No, no,9394/2019, ଏବଂ,W,P,(C)No,3083/2022, ଓ ବର୍ତମାନ ଦୁଇଟି କେସ ହାଇକୋର୍ଟରେ ବିଚାରାଧୀନ ଅଛି । ହାଇକୋର୍ଟ ଙ୍କ ନିର୍ଦ୍ଦେଶ ପ୍ରକାରେ ଉକ୍ତ ବସ୍ତିରେ କେବଳ ବିଜୁଳି ଆଲୁଅ,ପି,ଏଚ୍ ଡି ପାଣି, ଏବଂ ଦୁଇଟି କମୁନିଟ୍ ଗୃହ ସରକାରଙ୍କ ତରଫରୁ ପୂର୍ବତନ ଜିଲ୍ଲାପାଳ ଡକ୍ଟର ,ବୃନ୍ଦା ,ଡି,ମହୋଦୟା ମଞ୍ଜୁରୀ କରିଥିବା କଥା ବସ୍ତି ବାସିନ୍ଦା ସମେତ ସାମ୍ବାଦିକ ତଥା ଯୁବ ସମାଜସେବୀ କୁନା ଦିଗାଲ , ସାମ୍ବାଦିକ କ୍ଷିତୀଶ ମଲ୍ଲିକ,ସାମ୍ବାଦିକ ଅଶୋକ କୁମାର ମିଶ୍ର ଏବଂ ବରିଷ୍ଠ ଆଇନ ଜୀବି ତଥା ସାମ୍ବାଦିକ ଆଦିତ୍ୟ ପ୍ରସାଦ ତ୍ରିପାଠୀ, ସମେତ କନ୍ଧମାଳ ଜିଲ୍ଲା ର କିଛି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ତ୍ରିଦେବ ନଗର ଓ ରୁଗୁଡ଼ି ସାହି ବସ୍ତି ବାସିନ୍ଦାଙ୍କ ଉପଯୁକ୍ତ ଜୀବନ ଚର୍ଯ୍ୟା ପାଇଁ ନିତ୍ୟ ଆବଶ୍ୟକ ସରକାର ଙ୍କ ମୌଳିକ ସୁବିଧା ଯୋଗାଇ ଦେବାପାଇଁ ବର୍ତ୍ତମାନ କାର୍ଯ୍ୟରତ କନ୍ଧମାଳ ଜିଲ୍ଲାର ନବ ନିଯୁକ୍ତ ଜିଲ୍ଲାପାଳ ପାଟିଲ ଆଶିଷ ଈଶ୍ୱର ଦୃଷ୍ଟି ଦିଅନ୍ତୁ ବୋଲି ଉକ୍ତ ବସ୍ତି ର ସମସ୍ତ ବାସିନ୍ଦା ଗଣମାଧ୍ୟମ ଜରିଆରେ ଅନୁରୋଧ କରିବା ସହିତ ଦାବୀ ଉପସ୍ଥାପନା କରିଛନ୍ତି | ପ୍ରଥମ କଥା ହେଲା ଏହି ଦୁଇଟି ବସ୍ତି ଫୁଲବାଣୀ ପୌର ପରିଷଦ ସୀମା ଭିତରେ ବା ସହର ବିକାଶ ପାଇଁ ଥିବା ମୌଜା ରେ ଅବସ୍ଥିତ କି ନାହିଁ, ତାର ଅନୁସନ୍ଧାନ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଉକ୍ତ ବସ୍ତିରଜନସାଧାରଣ ଜିଲ୍ଲାପାଳ ଓ ଫୁଲବାଣୀ ପୌର ପରିଷଦ ନିକଟରେ ଦାବୀ ରଖିଛନ୍ତି ଓ ଜିଲ୍ଲାପାଳ ଓ ପୌର ପରିଷଦ ର ଅଧକ୍ଷା ନିଶ୍ଚିତ ଭାବେ ବହୁ ସମସ୍ୟା ଘେରରେ ରହି ଆସିଥିବା ତ୍ରିଦେବ ନଗର ଓ ରୁଗୁଡ଼ି ସାହି ଉପରେ ଦୃଷ୍ଟି ଦେଇ ଉର୍ନ୍ନୟନ ମୂଳକ ଯୋଜନା ପ୍ରସ୍ତୁତ କରି ସରକାର ଙ୍କ ର ସମସ୍ତ ମୌଳିକ ସୁବିଧା ଯୋଗାଇ ଦେବେ ବୋଲି ଦୃଢ଼ ଆଶା ଓ ଭରସା ରଖି ସେଇ ସୁଦିନ କୁ ଅନେଇ ରହିଛନ୍ତି, ହେଲେ ପ୍ରକୃତରେ ଫୁଲବାଣୀ ପୌର ପରିଷଦ ଓ ଜିଲ୍ଲାପାଳ ଙ୍କର ଶୁଭ ଦୃଷ୍ଟି ପଡିବ ଓ ଦୁଇ ବସ୍ତିର ସମସ୍ୟାର ସମାଧାନ ହେବ ତାହା ଆଗାମୀଦିନରେ ଜଣାପଡିବ, ଦେଖାଯାଉ ପ୍ରଶାସନର ନିଦ ଭାଙ୍ଗୁଛି କେବେ ???? | ରିପୋର୍ଟ :- ଶ୍ରୀ କ୍ଷୀରୋଦ କୁମାର ସାହାଣୀ |