ବିଧ୍ୟାୟିକଙ୍କ ଦ୍ୱାରା ମହାତ୍ମା ଗାନ୍ଧୀ ମୂର୍ତ୍ତି ଉନ୍ମୋଚନ

68

ବିଧ୍ୟାୟିକଙ୍କ ଦ୍ୱାରା ମହାତ୍ମା ଗାନ୍ଧୀ ମୂର୍ତ୍ତି ଉନ୍ମୋଚନ

ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ର ବଜାର ସାହିରେ ଥିବା ମହାତ୍ମା ଗାନ୍ଧୀ ଙ୍କ ମୂର୍ତ୍ତି ଟି ଜରାଜୀର୍ଣ୍ଣ ହୋଇ ଯାଇଥିବାରୁ ଅଧକ୍ଷା ପ୍ରିୟଙ୍କା ଗୌଡ଼ ଓ ଏନଏସିର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୌମ୍ୟ ରଞ୍ଜନ ମିଶ୍ର ଙ୍କ ନେତୃତ୍ୱରେ ଏକ ୧୦ଫୁଟ ଉଚ୍ଚତାର ମୂର୍ତ୍ତି କୁ ଆଜି ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟ ଙ୍କ ଦ୍ୱାରା ଉଦଘାଟନ କରିଛନ୍ତି | ଏହି ମୂର୍ତ୍ତି ବହୁତ ସୁନ୍ଦର ହୋଇ ଥିବାରୁ ଜନ ସାଧାରଣ ବହୁତ ପ୍ରଶଂସା କରିଛନ୍ତି | କାରଣ ଆଗର ମୂର୍ତ୍ତି ଠାରୁ ଏହି ମୂର୍ତ୍ତି ବହୁତ ମନଲୋଭା ଅଟେ । ଏହା ଏଫ ଆର ପି ରେ ମେଟାଲ ରେ ନିର୍ମିତ ଅଟେ | ଏହା ଭୂମିଠାରୁ ମୋଟ ୧୩ଫୁଟ ଉଚ୍ଚତା ଅଟେ | ଏହା ର ଅଟକଳ ବ୍ୟୟ ହେଉଛି ସାଢେ 6ଲକ୍ଷ ଟଙ୍କା ରେ ଡିଭୋଲେସନ ଫଣ୍ଡ ରୁ ନିର୍ମିତ ହୋଇ ଅଛି | ଏହି ଉଛବରେ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟ ଙ୍କ ସହ ଏନଏସି ଅଧକ୍ଷା ପ୍ରିୟଙ୍କା ଗୌଡ଼, ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସୌମ୍ୟ ରଞ୍ଜନ ମିଶ୍ର,ଉପାଧକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା, ନଗର ଆସ୍କା ଏମପି ନମିନୀ ପ୍ରେମାନନ୍ଦ ସାହୁ, ନଗର ସଭାପତି ପ୍ରଭାତ କୁମାର ପଟ ନାୟକ, ୧୪ଗୋଟି ୱାର୍ଡ ର କାଉନ ସିଲର ମାନେ, ଯେଇ ବରୁଣ କୁମାର ବେହେରା, ଠିକାଦାର ପ୍ରତାପ ଚନ୍ଦ୍ର ପଣ୍ଡା, ସଂଗ୍ରାମ କେଶରୀ ନାୟକ, ବିକ୍ରମ କୁମାର ବେହେରା, ସୀତାରାମ ପଣ୍ଡା, ରଶ୍ମି ରାଣୀ ନାହାକ, ରାକେଶ କୁମାର ସ୍ବାଇଁ, ଓ ଅନେକ ନେତା, କର୍ମୀ, ଏବଂ ଏନଏସି ର କର୍ମଚାରୀ ଷ୍ଟାଫ ଉପସ୍ଥିତ ଥିଲେ | ବଜାର ମଧ୍ୟରେ ଏତେ ଉଚ୍ଚତା ର ଗାନ୍ଧୀ ମୂର୍ତ୍ତି ବସିବା ଦ୍ୱାରା ବ୍ୟବସ୍ୟୟୀ ମାନେ ବହୁତ ଖୁସି ହୋଇ ଛନ୍ତି | ରିପୋର୍ଟ-ପ୍ରସନ୍ନ କୁମାର ଦାଶ