ନୂଆ ସରକାରୀ ଆ.ଇ.ଟି.ଆଇ ଭଞ୍ଜନଗରରେ ନାମ ଲେଖା ପ୍ରକ୍ରିୟା ଆରମ୍ଭ।

20

ନୂଆ ସରକାରୀ ଆ.ଇ.ଟି.ଆଇ ଭଞ୍ଜନଗରରେ ନାମ ଲେଖା ପ୍ରକ୍ରିୟା ଆରମ୍ଭ।

ଭଞ୍ଜନଗର ଉପବିଭାଗରେ ଅବସ୍ଥିତ ଚାରିଗୋଟି ଉଚ୍ଚ ବିଦ୍ୟାଳୟରେ ଆ.ଇ.ଟି.ଆଇ ରେ ନାମ ଲେଖା ନାମ ଲେଖା ପ୍ରକ୍ରିୟା ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଚାରିଗୋଟି ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ସହପାଠୀ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ଛାତ୍ର ଛାତ୍ରୀମାନେ ଯୋଗ ଦେଇଥିଲେ। ଏହି ପରିପ୍ରକ୍ଷୀରେ ନାମଲେଖା ପ୍ରକ୍ରିୟା ସହ ଛାତ୍ର ଛାତ୍ରୀମାନଙ୍କୁ ମିଳୁଥିବା ସୁବିଧା ସୁଯୋଗ ବିଷୟରେ ଆଲୋଚନା ହୋଇଥିଲା। ଏଥିରେ ଆ.ଇ.ଟି.ଆଇ ଅଧକ୍ଷ ଇଁ. ଲୋକେଶ ପଟ୍ଟନାୟକ ତତତ୍ଵାବଧାନରେ ସଭାଟିକୁ ପ୍ରାରମ୍ଭ କରାଯାଇଥିଲା। ଏବଂ ସମାଜସେବୀ ଶ୍ରୀଯୁକ୍ତ ସୂଳପାଣି ଶତପଥୀ ଯୋଗଦେଇ ସଭଟିକୁ ସଫଲ୍ୟମଣ୍ଡିତ କରିଥିଲେ। ଏହି ପରିପ୍ରେକ୍ଷୀରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଥିଲା। ଆଗାମୀ ଜୁଲାଇ ମାସ ମଧ୍ୟଭାଗରେ ନାମଲେଖା ପ୍ରକ୍ରିୟା ପ୍ରାରମ୍ଭ ହେବା ନେଇ ଅଧ୍ୟକ୍ଷ ସମସ୍ତଙ୍କୁ ସୂଚିତ କରିଥଲେ। ରିପୋର୍ଟ-ପପୁ ପ୍ରଧାନ