ଶୁଭ ଉଦଘାଟନ ପରେ ହୀରାଧାର ବାଟିଆ କେନାଳର ଗେଟ ଖୋଲା ଗଲା । ପୁରୁଷୋତ୍ତମପୁର ; ସ୍ଥାନୀୟ ବ୍ଳକ୍ ସ୍ଥିତ ହନୁମାନ ପଲି ହୀରାଧାର ବାଟିଆରେ ଜଳସେଚନ ବିଭାଗର ସହକାରୀ କନିଷ୍ଠ ଯନ୍ତ୍ରୀ ଗଙ୍ଗାଧର ଦାଶଙ୍କ ଉପସ୍ଥିତି ରେ ପାଣି ପଞ୍ଚାୟତ ଶୀର୍ଷକ କମିଟିର ସଭାପତି, ସମ୍ପାଦକ, ବ୍ଳକ ଅଧକ୍ଷଙ୍କ ପ୍ରତିନିଧି,କୋଷାଧକ୍ଷ, ଋଷିକୂଲ୍ୟା ଜଳସେଚନଉପ ବିଭାଜନ ହୁମା ସହକାରୀ ନିର୍ବାହୀ ଯନ୍ତ୍ରୀ, ହିଞ୍ଜିଳି ଜଳସେଚନ ଉପ ବିଭାଜନ ସହକାରୀ ଯନ୍ତ୍ରୀ, ଓ ସମସ୍ତ ନିର୍ବାଚିତ କମିଟି ସଦସ୍ୟଙ୍କ ସହିତ ୨ଗୋଟି ବ୍ଳକ ଓ ଦୁଈ ଗୋଟି ବିଜ୍ଞାପିତ ଅଞ୍ଚଳ ପରିଷଦ ସହିତ ୧୩ଗୋଟି ଗ୍ରାମ ପଞ୍ଚାୟତ ର ମୋଟ ୬୩୦୯ ହେକ୍ଟର ଜମିକୁ ଜଳ ସେଚିତ ହେବା ପାଇଁ ପୂଜାର୍ଚନା ପରେ କେନାଲର ଗେଟ ଉଠାଇ ମା ତାରାତାରିଣୀ ହନୁମାନ, ଗୁପ୍ତେଶ୍ୱର ଓ ରାମଚଣ୍ଡୀଙ୍କୁ ସୁମରଣ କରି ୧୧ଘଣ୍ଟ ୩୦ ମିନଟ ସମୟରେ ପାଣି ଛଡା ଯାଇଥିଲା ।

ଏହି ପାଣି ଛଡ଼ାଯିବା ଦ୍ୱାରା ପୁରୁଷୋତ୍ତମପୁର ବ୍ଲକର ୭ଗୋଟି ପଞ୍ଚାୟତର ୩୨୨୩.୨୦ହେକ୍ଟର ଜମି ଜଳସେଚିତ ହେବ ଏବଂ ଗଞ୍ଜାମ ବ୍ଲକର ୬ଗୋଟି ପଞ୍ଚାୟତର ୩୦୮୫.୮୦ ହେକ୍ଟର ଜମି ଜଳ ସେଚିତ ହେବ ବୋଲି ପୁରୁଷୋତ୍ତମପୁର ସହକାରୀ ଯନ୍ତ୍ରୀ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ରେ ପୁରୁଷୋତ୍ତମପୁର ଜଳସେଚନ ସହକାରୀ ଯନ୍ତ୍ରୀ, ହିଞ୍ଜିଳି ସହକାରୀ ଯନ୍ତ୍ରୀ ହୁମା ଡିଭିଜନ ସହକାରୀ ଯନ୍ତ୍ରୀ ଓ ସମସ୍ତ କର୍ମଚାରୀ ଉପସ୍ଥିତ ରହି ଥିଲେ । ଉପସ୍ଥିତ ସଦସ୍ୟ କର୍ମକର୍ତ୍ତା ଙ୍କ ଦ୍ୱାରା ଆସନ୍ତା ବର୍ଷ ନିମନ୍ତେ କେମ୍ପ ପରିସରରେ ବୃକ୍ଷ ରୋପଣ କରା ଯାଇଥିଲା । ରିପୋର୍ଟ-ପ୍ରଶ୍ନନ କୁମାର ଦାଶ




















