ହିଞ୍ଜିଳି ବ୍ଳକ କାର୍ଯ୍ୟାଳୟ ପ୍ରରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ।

ହିଞ୍ଜିଳିକାଟୁ:୨୩/୧୦/୨୫ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ୨୩ ତାରିଖ ଗୁରୁବାର ପୂର୍ବାହ୍ନ ୮ଘଣ୍ଟା ସମୟରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଜିଲ୍ଲା ପ୍ରଶାସନ ପକ୍ଷରୁ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଆୟୋଜିତ କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ସାଗରିକା ଷଡ଼ଙ୍ଗୀଙ୍କ ତତ୍ତ୍ବାବଧାନରେ ହୋଇଥିବା ବେଳେ ମୁଖ୍ୟ ଅତିଥିଭାବେ ବିରୋଧୀ ଦଳର ନେତା ତଥା ବର୍ତ୍ତମାନ ବିଧାୟକଙ୍କ ବ୍ଳକ ପ୍ରତିନିଧି ଏ. ସୁଦର୍ଶନ ,ସମ୍ମାନିତ ଅତିଥିଭାବେ ବ୍ଲକ୍ ଉପାଧ୍ୟକ୍ଷ ସୁନିଲ ଗନ୍ତାୟତ,ହିଞ୍ଜିଳି ପୌରପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପଲେଇ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସସ୍ମିତା ସ୍ବାଇଁ , ଛତ୍ରପୁର , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କୃଷ୍ଣ ଚନ୍ଦ୍ର ବେହେରା,ବିଭିନ୍ନ ବିଭାଗର ଡାକ୍ତର ଏବଂ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତ ଅତିଥିଗଣ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଦ୍ଵୀପ ପ୍ରଜ୍ବଳନ କରିବା ସହ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପ୍ରତିବର୍ଷ ଭଳି ଚଳିତ ବର୍ଷ ଅନେକ ଯୋଗ୍ୟ ହିତାଧିକାରୀ ଆଜି ପଞ୍ଜିକରଣ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ଚିନ୍ମମୟ ପଲେଇ ମଞ୍ଚାସିନ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅରୁଣ କୁମାର ପ୍ରଧାନ ପରିଚାଳନା କରିଥିବାବେଳେ ସମସ୍ତ ବ୍ଲକ ଅଧିକାରୀଙ୍କ ସହଯୋଗ କରିଥିଲେ । ଏହି ଆୟୋଜିତ କାର୍ଯ୍ୟକ୍ରମରେ ହିଞ୍ଜିଳି ବ୍ଳକର ବିଭିନ୍ନ ପଞ୍ଚାୟତର ଭିନ୍ନକ୍ଷମ ବ୍ୟକ୍ତି ମହିଳା ଓ ଶିଶୁ ନିଜର ଅସୁବିଧା ଓ ଅଭିଯୋଗ ନେଇ ଉପସ୍ଥିତ ଥିଲେ ।ସେମାନଙ୍କ ଅଭିଯୋଗ ଅସୁବିଧା ପ୍ରକାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ଷଢଙ୍ଗୀଙ୍କ ଦ୍ୱାରା ମନୋନୀତ ଭିନ୍ନକ୍ଷମ ମାନଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଛି । ଉକ୍ତ ଶିବିରରେ ବୃନ୍ଦାବନ ସରକାରୀ ବିଦ୍ୟାପୀଠର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଛାତ୍ରଛାତ୍ରୀ ମାନେ ସ୍ବେଚ୍ଛାସେବୀ ଭାବେ ନିୟୋଜିତ ରହି ସହଯୋଗ କରିଥିଲେ । ଅନ୍ୟାନ୍ୟ ମାନଙ୍କ ମଧ୍ୟରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଯୋଗଦାନ କରିଥିଲେ ।ଭୀମ ଭୋଇ ସାମର୍ଥ୍ୟ ଶିବିର ଅଭିଯାନ ସୁଚାରୁରୂପେ ସମ୍ପାଦନା ହୋଇଥିବାରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ,ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି,ଡାକ୍ତରମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।




















