ଆସିକା ସାଂସଦଙ୍କ ଅଚାନକ ହିଞ୍ଜିଳିକାଟୁ ସ୍ଵଂୟ ଶାସିତ ବିଜ୍ଞାନ ମହାବିଦ୍ୟାଳୟ ପରିଦର୍ଶନ ।

153

ଆସିକା ସାଂସଦଙ୍କ ଅଚାନକ ହିଞ୍ଜିଳିକାଟୁ ସ୍ଵଂୟ ଶାସିତ ବିଜ୍ଞାନ ମହାବିଦ୍ୟାଳୟ ପରିଦର୍ଶନ ।
ହିଞ୍ଜିଳିକାଟୁ:୨୩/୧୦ ହିଞ୍ଜିଳିକାଟୁ ସ୍ଵଂୟ ଶାସିତ ବିଜ୍ଞାନ ମହାବିଦ୍ୟାଳୟ ପ୍ରରିସର ମଧ୍ୟରେ ଅଚାନକ ଗସ୍ତରେ ଆସିକା ସାଂସଦ ଅନିତା ସୁଭାଦର୍ଶନି । ମହାବିଦ୍ୟାଳୟ ମଧ୍ୟରେ ସାଂସଦଙ୍କୁ ଦେଖି ଛାତ୍ରଛାତ୍ରୀ ମାନେ ଖୁସି ପ୍ରକଟ କରିଛନ୍ତି । ସାଂସଦ, ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟକୁ ସିଧା ପଶିଥିଲେ । ସେଠାରେ କଲେଜ ଅଧକ୍ଷ ଡ଼. ଏସ.ବସନ୍ତ କୁମାର ଆଚାରିଙ୍କ ସହିତ ମହାବିଦ୍ୟାଳୟର ଉନ୍ନୟନ ଉପରେ ଆଲୋଚନା କରିଥିଲେ। ବିଶେଷକରି ଛାତ୍ରଛାତ୍ରୀଙ୍କ ପାଠପଢା, କୋଠାଘରର ମରାମତି, ଖାଲି ପଡିଥିବା କର୍ମଚାରୀ ବିଭିନ୍ନ ପ୍ରକାର ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ। ଅଧକ୍ଷ ଡ଼ ଆଚାରୀ ମହାବିଦ୍ୟାଳୟରେ ମୁଖ୍ୟ କିରାଣୀ, କନିଷ୍ଠ କିରାଣୀ ପଦ ନିଯୁକ୍ତି କରିବାକୁ ଅନୁରୋଧ କରିଥିଲେ। ଏହାପରେ ସାଂସଦ ଛାତ୍ରଛାତ୍ରୀଙ୍କୁ ମିଶି କିପରି ଭାବେ ଏଠି ପାଠପଢା ହେଉଛି ତାହା ଆଲୋଚନା କରିଥିଲେ । ଏହି ଆଲୋଚନାରେ ସାଂସଦଙ୍କ ସହିତ ହିଞ୍ଜିଳି ବିଧାୟକ ପ୍ରାର୍ଥୀ ଶିଶିର ମିଶ୍ର, ସାଂସଦଙ୍କ ପ୍ରତିନିଧି ଯଜ୍ଞନାରାୟଣ ଦାସ, ଶରତ ଚନ୍ଦ୍ର ପାଣିଗ୍ରାହୀ, ହିଞ୍ଜିଳିକାଟୁ ପୌର ପରିଷଦର ଅଧ୍ୟକ୍ଷ ପ୍ରାର୍ଥୀ ସନ୍ତୋଷ ପାଣିଗ୍ରାହି, ନଗର ସଭାପତି ସୁଧାଂଶୁ ଶେଖର ସାବତ, ମାଧବ ଗଉଡ, ଅନ୍ତାର୍ଯ୍ୟମି ପାତ୍ର, କଞ୍ଚୁରୁ ମଣ୍ଡଳ ସଭାପତି ରବିନ୍ଦ୍ର ପାଣିଗ୍ରାହି ଉପସ୍ଥିତ ଥିଲେ ।