ପିକଅପ୍ ଭ୍ୟାନ୍ ସହ ବାଇକ ଧକ୍କା ; ତିନି ଗୁରୁତର

19

ପିକଅପ୍ ଭ୍ୟାନ୍ ସହ ବାଇକ ଧକ୍କା ; ତିନି ଗୁରୁତର

ଭଞ୍ଜନଗର ;- ଭଞ୍ଜନଗର ଥାନା ଅଧୀନ ମୁଜାଗଡ ଗ୍ରାମ ନିକଟରେ ଗୁରୁବାର ଅପରାହ୍ନ ସମୟରେ ଏକ ପିକଅପ୍ ଭ୍ୟାନ୍ ସହ ବାଇକ ଧକ୍କା ହେବା ଫଳରେ ଗୋଟିଏ ପରିବାରର ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ମାନେ ହେଲେ କନ୍ଧମାଳ ଜିଲ୍ଲା ସାରଙ୍ଗଗଡ ଥାନା ଗୁଟିଙ୍ଗିଆ ଗ୍ରାମର ଜୁନାଶ ଦିଗାଲ (୪୦) ତାଙ୍କ ପତ୍ନୀ ଶାନ୍ତି ଦିଗାଲ(୩୫) ଓ ତାଙ୍କ ପୁଅ ସାହିଲ ବୋଲି ଜଣାପଡିଛି। ଜୁନାଶ ନିଜ ପରିବାର ସହ ମାମୁ ଘର ବିରିପଦର ଗ୍ରାମକୁ ଆସି ଆଜି ନିଜ ଘରକୁ ଫେରୁଥିଲେ। ଏହି ସମୟରେ ମୁଜାଗଡ ନିକଟରେ ବିପରିତ ଦିଗରୁ ଆସୁଥିବା ଏକ ପିକଅପ୍ ଗାଡି ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ତିନି ଜଣ ଯାକ ରାସ୍ତା ଉପରେ ଛିଟିକି ପଡିଯାଇଥିଲେ। ତୁରନ୍ତ ସେମାନଙ୍କୁ ପ୍ରଥମେ ମୁଜାଗଡ ପ୍ରାଥମିକ ସ୍ବାସ୍ଥକେନ୍ଦ୍ର ପରେ ଭଞ୍ଜନଗର ଅଣାଯାଇଥିଲା। ସେଠାରେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ସେମାନଙ୍କୁ ଡାକ୍ତର ବ୍ରହ୍ମପୁର ମେଡିକାଲ୍ କୁ ସ୍ଥାନାନ୍ତର କରାଯାଇଛି।