ବଡକୋଦଣ୍ଡା ଗ୍ରାମର ବିଶ୍ୱପ୍ରସିଦ୍ଧ ଡେରାବେଶ ।
ବେଲଗୁଣ୍ଠା ୨୦/୧୧(ଏନଆର)
ଐତିହ୍ୟ,କଳା ,ସଂସ୍କୃତି ଲୋକନୃତ୍ୟ ପାଇଁ ଗଞ୍ଜାମ ଜିଲ୍ଲା ବେଶ ପ୍ରସିଦ୍ଧ । ଆଜିବି ଗଞ୍ଜାମ ମାଟିରେ ଲୋକ କଳାର ଆଦୃତି ଜୀବିତ ରହିଛି ।ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବଡ କୋଦଣ୍ଡା ଗ୍ରାମରେ ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଦିନ ଡେରା ବେଶ ପାଳିତ ହୋଇଥାଏ । ପଶୁମୁଖା ଓ କଣ୍ଢେଇ ନୃତ୍ୟ ପାଇଁ ବେଶ ପ୍ରସିଦ୍ଧ ଲାଭ କରିଛି ବଡ କୋଦଣ୍ଡା ଗ୍ରାମ।ଏଠାରେ 50 ରୁ ଉର୍ଦ୍ଧ ପରିବାର ନିଜର ଲୋକକଳାକୁ ଆଜିବି ବଞ୍ଚାଇ ରଖିଛନ୍ତି। ଏହା କେବଳ ଜିଲ୍ଲା,ରାଜ୍ୟ ନୁହେଁ ଦେଶ ବାହାରେ ଏହି ପଶୁମୁଖା ନୃତ୍ୟ ଦେଖାଇ ପୁରସ୍କୃତ ହୋଇଛନ୍ତି। ଏହାରି ଭିତରେ କାହିଁ କେତେ ବର୍ଷ ଆଗରୁ ଏହି ଗ୍ରାମରେ ହାତୀ,ବାଘ, ଷଣ୍ଢ,ଘୋଡା, ନାଵଗୁଂଜର ଓ ଠାକୁରଙ୍କ ପ୍ରତିମୂର୍ତ୍ତି କୁ ଗାଁ ଦାଣ୍ଡରେ ସୁସଜିତ କରି ରଖାଯାଏ ଯାହାକୁ ଡେରାବେଶ ପର୍ବ କୁହାଯାଏ ।ଆଜିର କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରଦ୍ଧାଳୁ ମନ୍ଦିର ଦର୍ଶନ କରିବା ସହିତ ପଶୁ ମୁଖା ବେଶ ଦେଖି ଆନନ୍ଦ ଲାଭ କରିଥାନ୍ତି। ରିପୋର୍ଟ-ସୁଶାନ୍ତ କୁମାର ବେହେରା



















