ହିଞ୍ଜିଳି ପୋଲିସ ଦ୍ୱାରା ୭ ଜୁଆଡି ଗିରଫ ସହ ୭୧ ହଜାର ୭୯୦ ଟଙ୍କା ଜବତ ।
ହିଞ୍ଜିଳିକାଟୁ ୨୦/୧୧(ଏନଆର): ହିଞ୍ଜିଳି ଥାନା ଅନ୍ତର୍ଗତ ପିତଳ ଗ୍ରାମରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ହିଞ୍ଜିଳି ପୋଲିସ ଚଢ଼ାଉ କରି ୭ ଜଣ ଜୁଆଡିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୭୧ ହଜାର ୭୯୦ ଟଙ୍କା ଜବତ କରିଛି । ଏ ନେଇ ହିଞ୍ଜିଳି ଥାନାରେ ନମ୍ବର ୬୨୦/୨୧ରେ ମାମଲା ରୁଜୁ ହୋଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି । ପାର୍ବଣ ଋତୁ ସମୟରେ ହିଞ୍ଜିଳି ଥାନାର ବିଭିନ୍ନ ଅଞ୍ଚଳରେ ଜୁଆ ଖେଳର ଆସର ଜମୁଥିବା ବେଳେ ପୋଲିସ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇ ବହୁ ଜୁଆଡିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ଜବତ କରାଯାଇଥିଲା ।ରିପୋର୍ଟ-ପ୍ରିୟବ୍ରତ ପଣ୍ଡା


















