ଯୌତୁକ ପାଇଁ ହତ୍ୟା ଉଦ୍ୟମ , ସ୍ବାମୀ ଗିରଫ

71

ଯୌତୁକ ପାଇଁ ହତ୍ୟା ଉଦ୍ୟମ , ସ୍ବାମୀ ଗିରଫ
ଆସିକା ୧୩/୦୨ (ଏନଆର) ଆସିକା ବସଷ୍ଟାଣ୍ଡ ନିକଟ ହରିଜନ ସାହିରେ ଯୌତୁକ ପାଇଁ ତଣ୍ଟି ଚିପି ନିଜ ସ୍ତ୍ରୀକୁ ହତ୍ୟା କରିବାପାଇଁ ଉଦ୍ୟମରେ ସ୍ୱାମୀ କୁ ଗିରଫ କରିଛି ପୋଲିସ । ଘଟଣା ପ୍ରକାରେ ବସଷ୍ଟାଣ୍ଡ ହରିଜନ ସାହି ର ରାଣୀ ନାୟକ(୨୧) ସ୍ୱାମୀ-ଜାଗା ନାୟକ (୨୯) ଅଭିଯୋଗ ପ୍ରକାରେ ତାଙ୍କ ସ୍ୱାମୀ ଜଗା ନାୟକ ତଣ୍ଟି ଚିପି ତାଙ୍କୁ ହତ୍ୟା କରିବାର ଉଦ୍ୟମ କରିଥିବା କହିଛନ୍ତି। ଘଟଣା ଅନୁକ୍ରମରୁ ଜଣା ପଡ଼ିଛି ଯେ ରାଣୀ ନାୟକ ତାଙ୍କ ସ୍ୱାମୀଙ୍କୁ ବାପା ଘରକୁ ବୁଲିଯିବା ନିମନ୍ତେ ଅନୁରୋଧ କରିଥିଲେ । ଉକ୍ତ ଘଟଣା କୁ କେନ୍ଦ୍ର କରି ବାପା ଘରକୁ ବୁଲିବାକୁ ଗଲେ ଲଗାଇଥିବା କାନର, ପାଉଁଜି, ନକଫୁଲ, ମଙ୍ଗଳ ସୂତ୍ର ଓ ଯୌତୁକ ୧୦,୦୦୦ ଟଙ୍କା ର ବିବାହ ଦିନଠାରୁ ଆଜି ପର୍ଯ୍ୟନ୍ତ କଳନ୍ତର ସହ ଧରିଆସିବାକୁ ସ୍ୱାମୀ, ଶାଶୁ ଓ ଶଶୁର ବାଧ୍ୟ କରିଥିଲେ । କହିବା ପ୍ରକାରେ ବାପା ଘରୁ ନ ଆଣିଲେ ଜୀବନରେ ମାରିଦେବେ ବୋଲି ଧମକ ଦେଇ ପାଟିତୁଣ୍ଡ ହୋଇଥିଲା।ଏହି ବିଷୟକୁ କେନ୍ଦ୍ର କରି ରାଣୀ ନାୟକଙ୍କୁ ତଣ୍ଟି ଚିପି ଜୀବନରେ ମାରିଦେବାପାଇଁ ଉଦ୍ୟମ କରିଥିଲେ । ଏହାପରେ ଘଟଣା ପ୍ରଘଟ ହେଲେ ସମ୍ପୂର୍ଣ୍ଣ ଜୀବନରେ ମାରିଦେବେ ବୋଲି ସ୍ୱାମୀ ଧମକ ଦେଇଥିବାର ଅଭିଯୋଗ ହୋଇଛି । ଘଟଣା ଦିନ ରାଣୀ ଆହତ ଥିବାହେତୁ ପ୍ରଥମେ ଆସୁ ଚିକିତ୍ସା ହୋଇ ଆସିକା ଥାନା ର ଦ୍ୱାରାସ୍ତ ହୋଇଥିଲେ । ଏହି ଘଟଣା କୁ ଭିତ୍ତିକରି ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ତଦନ୍ତ କରିବା ସହ କେଶ ନଂ-୮୪/୨୨ରେ ଧାରା ୪୯୮-ଏ,୨୯୪,୩୨୩,୩୦୭,୫୦୬,୩୪ ଭାତତୀୟ ପିଙ୍ଗଳ କୋଡ଼ ଏବଂ ଯୌତୁକ ଜନିତ ମାମଲାରେ ରାଣୀ ନାୟକଙ୍କ ସ୍ୱାମୀ ଜଗା ନାୟକ(୨୯)ପିତା-ପଙ୍କଜ ନାୟକ ଙ୍କୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରାଯାଇଥିବା ସୂଚନା ରୁ ପ୍ରକାଶ।ରିପୋର୍ଟ-ପ୍ରିୟବ୍ରତ ପଣ୍ଡା