ଭଞ୍ଜନଗର ରେ ଅଭିଯୋଗ ଶୁଣାଣି ଶିବିର
୨୧୮ ଅଭିଯୋଗ ପତ୍ର ଗ୍ରହଣ
ଭଞ୍ଜନଗର,୨୧/୧୧ : ଭଞ୍ଜନଗର ଉପଖଣ୍ଡ ସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଲୋକଙ୍କ ବିଭିନ୍ନ ସମସ୍ୟା ନେଇ ସୋମବାର ଉପଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଞ୍ଜାମ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ କିର୍ତ୍ତୀ ଭାସନ ଭି ଯୋଗ ଦେଇ ଅଭିଯୋଗ ଶୁଣାଣି ଗୁଡିକର ଶୁଣାଣି କରିଥିଲେ। ସମୁଦାୟ ୨୧୮ ଟି ଅଭିଯୋଗ ପତ୍ର ଗ୍ରହଣ ହୋଇଥିବା ବେଳେ ତ୍ୱରିତ ଭାବେ ୨୮ ଗୋଟି ଅଭିଯାଗର ଫଇସଲା ହୋଇଛି।ଏଥି ସହିତ ଭିନ୍ନକ୍ଷମମାନଙ୍କୁ ତିନୋଟି ହୁଇଲି ଚେୟାର, ୮ଜଣଙ୍କୁ ଜଙ୍ଗଲ ଜମିପଟା ପ୍ରଦାନ କରାଯାଇଛି। ଅଭିଯୋଗ ହୋଇଥିବା ଆବେଦନଗୁଡିକର ଶୁଣାଣି ତୁରନ୍ତ ସମାଧାନ କରିବାକୁ ବିଭାଗୀୟ ଅଧିକାରୀ ଙ୍କୁ ପ୍ରକଳ୍ପ ନିର୍ଦେଶକ କିର୍ତ୍ତୀ ଭାସନ ଭି ନିର୍ଦ୍ଦେଶ ଦେଇଛନ୍ତି। ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ରାୟ, ଏସ.ଡ଼ି.ପି.ଓ. ଶୁଭ୍ରାଂଶୁ ଶେଖର ମିଶ୍ର, ଉପଖଣ୍ଡ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସୀତାଂଶୁ କୁମାର ଶତପଥୀ, ଭଞ୍ଜନଗର ବି.ଡ଼ି.ଓ. ଶ୍ରୀ ଶଶୀ ଭୂଷଣ ମହାପାତ୍ର, , ଜିଲ୍ଲା ମଙ୍ଗଳ ଅଧିକାରୀ ପରୀକ୍ଷିତ ଦାଶ, ,ଉତ୍ତର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା, ଭଞ୍ଜନଗର ସହାୟକ ଜିଲ୍ଲାପାଳ ସୁନନ୍ଦ ଶେଖର ସାହାଣୀ,ଶ୍ରୀମତୀ ଆଞ୍ଜଳି ମାଝୀ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମହାନ ସାହୁ,ତହସିଲଦାର ଅଚ୍ୟୁତାନନ୍ଦ ଜାନୀ,ଅତିରିକ୍ତ ଯୋଗାଣ ଅଧିକାରୀ ଅସିତ ମହାନ୍ତି,ସାମାଜିକ ସୁରକ୍ଷା ଅଧିକାରୀ ଏ ସି ଓ଼ ଶବର,ସିଡିପିଓ ବିଷ୍ଣୁପ୍ରିୟା ସେଠୀ,ଏଷ୍ଟାବ୍ଲିଶମେଣ୍ଟ ଅଧିକାରୀ ଅନିଲ କୁମାର ପଣ୍ଡା, ଭଞ୍ଜନଗର ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ ଙ୍କ ସମେତ ପ୍ରତ୍ୟେକ ବିଭାଗର ଅଧିକାରୀମାନେ ଯୁଗ୍ମ ଅଭିଯୋଗ ଶୁଣାଣୀରେ ଉପସ୍ଥିତ ଥିଲେ .।ରିପୋର୍ଟ-ସୌମଜିତ ପ୍ରଧାନ



















