ବୁଗୁଡ଼ାରେ ଜାତୀୟ ଯୁବ ଦିବସ ପାଳିତ
ବୁଗୁଡ଼ା : ୧୨/୦୧/୨୪ : ସ୍ଥାନୀୟ ପିପୁଲ୍ସ କଲେଜରେ ୟୁଥ୍ ରେଡ୍ କ୍ରସ୍ ଓ ରେଡ୍ ରିବନ୍ କ୍ଲବ୍ପ କ୍ଷରୁ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି | କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ଅକ୍ଷୟ କୁମାର ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥ ଭାବେ ଅଧ୍ୟାପକ ପ୍ରଦୀପ କୁମାର ଦାଶ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିବା ସହ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପ୍ରବର୍ତ୍ତାଇଥିଲେ । ଏ ଅବସରରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମର ପ୍ରାରମ୍ଭରେ ୟୁଥ୍ ରେଡ୍ଅ ଧ୍ୟାପକ ବିନୋଦ କୁମାର କର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପରିଶେଷରେ ଅଧ୍ୟାପିକା ସନ୍ଧ୍ୟାରାଣୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ସ୍ବପରିସରରେ ପ୍ରଧାନାଚାର୍ଯ୍ୟ ଉତ୍ତମ କୁମାର ମହାରଣାଙ୍କ ପୌରହିତ୍ୟରେ ଜାତୀୟ ଯୁବ ଦିବସ ପାଳନ ଉତ୍ସବରେ ଅତିଥି ଭାବେ ସଂଭାଗ ଶିଶୁ ବାଟିକା ଶୈଖିକ ସଂଯୋଜକ ଅରୁଣ କୁମାର ପାଗ୍ ଓ ଶିଶୁ ମନ୍ଦିରର ପ୍ରାକ୍ତନ ସଭାପତି କାଶୀନାଥ ବିଷୋୟୀ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ କରିଥିଲେ । ଅନ୍ୟପକ୍ଷରେ ଅଖିଳ ଭାରତୀୟ ବିଦ୍ଯାର୍ଥୀ ପରିଷଦ ପକ୍ଷରୁ ଉକ୍ତ ଦିବସ ଅବସରରେ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଜନ ସଚେତନତା ଶୋଭାଯାତ୍ରା ବାହାର କରାଯାଇଥିଲା ।ରିପୋର୍ଟ-ହର ପାଢ଼ୀ



















