ଚିକିଟି ନିର୍ବାଚନ ମଣ୍ଡଳୀର ଆମ୍ ଆଦମୀ ପାର୍ଟି କର୍ମୀଙ୍କ ପ୍ରସ୍ତୁତି ବୈଠକ

21

ଚିକିଟି ନିର୍ବାଚନ ମଣ୍ଡଳୀର ଆମ୍ ଆଦମୀ ପାର୍ଟି କର୍ମୀଙ୍କ ପ୍ରସ୍ତୁତି ବୈଠକ ।
ଚିକିଟି;୧୩/୧୦ ଚିକିଟି ନିର୍ବାଚନ ମଣ୍ଡଳୀର ଆମ୍ ଆଦମୀ ପାର୍ଟି କର୍ମୀ ଓଡିଶାରେ ପାର୍ଟିର ଉନ୍ନତିକୁ ଆଖିଆଗରେ ରଖି ୨୦୨୪ ନିର୍ବାଚନ ସକାଶେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବିଧାନସଭା କର୍ମୀ ସମ୍ମିଳନୀର ଆୟୋଜନ କିଭଳି କରାଯିବ ଆଲୋଚନା କରିବା ସକାଶେ ଏକ ପ୍ରସ୍ତୁତି ବୈଠକ ବୁଧବାର ରତ୍ନେସ୍ବରୀ ମନ୍ଦିର, କେ. ନୁଆଗାଁରେ ଅନୁଷ୍ଠିତ ହୋଇଯାଇଛି। ଏହି ଆୟୋଜିତ ବୈଠକକୁ ଜିଲ୍ଲା ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସୁଧୀର କୁମାର ପ୍ରଧାନ ଅଧ୍ଯକ୍ଷତା କରିଥିଲେ ଏବଂ ଜିଲ୍ଲା ମହିଳା ସଭାପତି ସୁଶ୍ରୀ ନିଭାସ୍ମିତା ପ୍ରଧାନ ସଂଚାଳନ କରିଥିଲେ। ଚିକିଟି ବିଧାନସଭାର ବିଭିନ୍ନ ଦାୟିତ୍ବ ରେ ଥିବା କର୍ମୀ ବିଶ୍ବନାଥ ପ୍ରଧାନ (କେଲୁଆ), ବି. ପ୍ରକାଶ (ବଡଗାଁ), ଟି. ଜଗନ୍ନାଥ (ନୁଆପଡା), ସଂଜୟ ଗୌଡ(ସୁରଙ୍ଗି), ନାୟକ ସାହୁ, ରଘୁନାଥ ସାହୁ, ପ୍ରଶାନ୍ତ ସାହୁ,ଟିକୁ ସାହୁ(କଲ୍ୟାଣ ପୁର), ରଞ୍ଜନ କୁମାର ସାହୁ(ପଦାଦିଗି), ଗୋବିନ୍ଦ ବେହେରା(ସୁରଳ)ଇତ୍ୟାଦି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଚିକିଟି ବିଧାନସଭା କର୍ମୀ ସମ୍ମିଳନୀ ୨୦.୧୦.୨୨ ଦିନ ୧୦ ଟା ରେ କେଲୁଆ ଛକ ନିକଟରେ ଅନୁଷ୍ଠିତ କରିବା ପାଇଁ ନିଷ୍ପତ୍ତି ନିଆଗଲା।ସମ୍ମିଳନୀକୁ ସଫଳ କରିବା ପାଇଁ ସମସ୍ତ କର୍ମୀ ଦାୟିତ୍ବ ନେଇଛନ୍ତି। ଶେଷରେ ପାର୍ଟି କିଭଳି ଭାବରେ ଜନକଲ୍ୟାଣ ଯୋଜନା ଲାଗୁକରି ଦିଲ୍ଲି ଏବଂ ପଞ୍ଜାବ ରେ ଜନତାଙ୍କ ପ୍ରିୟଭାଜନ ହୋଇପାରିଛନ୍ତି, ଓଡିଶାର ଜନତାଙ୍କୁ ସେଭଳି ବ୍ୟବସ୍ଥା ଉପଲବ୍ଧ କରାଇବା ନେଇ ପ୍ରଣ କରିଛନ୍ତି। ରିପୋର୍ଟ-ଗୌରାଙ୍ଗ ପ୍ରଧାନ