ବିଶିଷ୍ଟ କଣ୍ଠ ଶିଳ୍ପୀ ଶ୍ରୀ କାନ୍ତ ଦାସ ଙ୍କ ସ୍ମୃତି ରେ ଶ୍ରାବଣୀ ସନ୍ଧ୍ୟା
ବ୍ରହ୍ମପୁର : ଓଡିଶାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଗଞ୍ଜାମ କଲାପରିଷଦ ରେ ବିଶିଷ୍ଟ କଣ୍ଠ ଶିଳ୍ପୀ ସ୍ବର୍ଗତ ଶ୍ରୀ କାନ୍ତ ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ ମାସିକ ସଂଗୀତ ଆସର ଶ୍ରାବଣୀ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭରେ ଉପସଭାନେତ୍ରୀ ଶ୍ରୀମତୀ ସ୍ଵର୍ଣପ୍ରଭା ପାଢ଼ୀ ପ୍ରଦୀପ ପ୍ରଜ୍ବଳନ କରି ସ୍ବର୍ଗତ ଦାସ ଙ୍କ ସ୍ମୃତି ଚାରଣ କରିଥିଲେ l ସାଧାରଣ ସମ୍ପାଦକ ଇଂ ଅପୂର୍ଵ ପଟ୍ଟନାୟକ, ଉପଦେଷ୍ଟା ଶ୍ରୀ ଦେବେନ୍ଦ୍ର ନନ୍ଦ, ସମ୍ପାଦକ ଇଂ ଅଭୟେନ୍ଦୁ ଶେଖର ପଟ୍ଟନାୟକ, କୋଷାଧକ୍ଷ ଶ୍ରୀ ଗଗନ ଚାନ୍ଦ ପଟ୍ଟନାୟକ, ଶ୍ରୀ ସୁବୋଧ ପଟ୍ଟନାୟକ, ଶ୍ରୀ ରବିନାରାୟଣ ବେହେରା, ଶ୍ରୀ ମତୀ ସୁଧାଞ୍ଜଳି ମିଶ୍ର, ଶ୍ରୀ ଗିରିଜା ଶତପଥୀ, ସନ୍ଦୀପ ପଟ୍ଟନାୟକ ପ୍ରମ୍ମୁଖ ଶ୍ରଦ୍ଧା ସୁମନ ଜ୍ଞାପନ କରିଥିଲେ l ଗୁରୁ ଶ୍ରୀ ନୀଳାଞ୍ଚଳ ବେହେରା, ଗୁରୁ ଶ୍ରୀ ଏମ ମାଧବ ପାତ୍ର, ଗୁରୁ ଶ୍ରୀ ନାରାୟଣ ନାହାକ, ବିଶିଷ୍ଟ କଣ୍ଠ ଶିଳ୍ପୀ ଶ୍ରୀ ଅଶ୍ୱିନୀ ମହାପାତ୍ର, ଶ୍ରୀ ଭବାନୀ ଚରଣ ମିଶ୍ର, ଶୁଭ୍ର ସୌରଭ, ଶ୍ରୀମତୀ ଲଷ୍ମୀ ପ୍ରିୟା ସେନାପତି, ଶ୍ରୀ ବାସୁଦେବ ରଥ,ଲୋକ ସମ୍ପର୍କ ସମ୍ପାଦକ ଇଂ ଅମୀୟ ତ୍ରିପାଠୀ, ବରିଷ୍ଠ ସାମ୍ବାଦିକ ଶ୍ରୀ ସୁଦୀପ୍ତ ସାହୁ ଓ ଅନୁଷ୍ଠାନ ର ଛାତ୍ର /ଛାତ୍ରୀ କଣ୍ଠ ସଂଗୀତ ପରିବେଷଣ କରିବା ସ୍ଥଳେ, ଜିତୁ, ଜୀବନ,ଚୈତନ୍ୟ, ସଂଗୀତ ପରିଚାଳନା କରିଥିଲେ l



















