ଭାରତ ବିକାଶ ପରିଷଦର ସେବା ଓ ସମ୍ବର୍ଦ୍ଧିନା କାର୍ଯ୍ୟକ୍ରମ ଅନୁଷ୍ଠିତ ।

28

ଭାରତ ବିକାଶ ପରିଷଦ ର ସେବା ଓ ସମ୍ବର୍ଦ୍ଧିନା କାର୍ଯ୍ୟକ୍ରମ ଅନୁୁୁଷ୍ଠିତ
ବ୍ରହ୍ମପୁର(ଏନଆର)ଆଜି ଭାରତ ବିକାଶ ପରିଷଦ ଗଂଜାମ ଜ଼ୀଲ୍ଲା ଶାଖା ମାସିକ ବୈଠକ ସଭାପତି ଇ. ପି ରାମାରାଓ ସୁବୁଦ୍ଧି ଙ୍କର ଅଧ୍ୟକ୍ଷତାରେ ସମ୍ପନ୍ନ ହେଇଯାଇଛି। ଉକ୍ତ ସଭା ରେ ପଦ୍ମଶ୍ରୀ ଡା କୃଷ୍ଣ ମୋହନ ପାଠୀ ଙ୍କୁ ସମ୍ବର୍ଦ୍ଧିନା କରାଯାଇଛି।ଓଡିଶା ର ପ୍ରଥମ ଡାକ୍ତର ରୂପେ ସେ ଏହି ବର୍ଷ ଭାରତ ସରକାର ଙ୍କ ଦ୍ଵାରା ପଦ୍ମଶ୍ରୀ ଭାବେ ସଂମାନିତ ହେଇଛନ୍ତି। କାର୍ଯ୍ୟକ୍ରମ ରେ ପଦ୍ମଶ୍ରୀ ଡା ପାଠୀ ମହୋଦୟ ସଫଳତାର ମାର୍ଗ କିପରି ସହଜ ସାଧ୍ୟ ହେବ ତାହା ଉପରେ ବକ୍ତବ୍ୟ ଦେଇଥିଲେ। ତତ୍ସହିତ ବରିଷ୍ଠ ଚକ୍ଷୁ ଡା ବି. ନଗେଶ୍ୱର ସୁବୁଦ୍ଧି ଚକ୍ଷୁ ଦାନ ସପ୍ତାହ ଉପଲକ୍ଷେ ଏକ ଭିଡିଓ ମାଧ୍ୟମରେ ସମସ୍ତ ସଦସ୍ୟ ଙ୍କୁ ସଚେତନତା କରାଇଲେ ଯାହା ପରିଷଦର ରାଜ୍ୟ ସେବା କାର୍ଯ୍ୟକ୍ରମ ଆବାହକ ଡା କିରଣ କୁମାର ପାଣିଗ୍ରାହୀ ଓ ରାଜ୍ୟ ସଂଗଠନ ସମ୍ପାଦକ ସୌମେନ୍ଦ୍ର ଦାସ ଙ୍କ ଅଧ୍ୟକ୍ଷତାରେ କରାଯାଇଛି। ବରିଷ୍ଠ ପତ୍ରକାର ଡା. ଜଗନ ମୋହନ ମହାପାତ୍ର, ସ୍ବେଚ୍ଛାସେବୀ ଶ୍ରୀମତୀ ରଶ୍ମିତା ମିଶ୍ର, ପତ୍ରକାର ଶ୍ରୀ ରାଜେଶ ସାହୁ ଓ ଶ୍ରୀ ଉମା ପ୍ରସାଦ ପାତ୍ର ନୂତନ ସଦସ୍ୟ ଭାବେ ଯୋଗଦାନ କଲେ। ଉକ୍ତ ସଭା ରେ ଶ୍ରୀ ବରୁଣ କୁମାର ପାଣିଗ୍ରାହୀ ଙ୍କୁ ନୂତନ ଭାବେ ସମ୍ପାଦକ ଓ ପ୍ରିନ୍ସ ସରୋଜ ପଣ୍ଡା ଙ୍କୁ ସଂଗଠନ ସମ୍ପାଦକ ରୂପେ ଚୟନ କରିବାକୁ ମନୋନୀତ କରାଗଲା। ଆସନ୍ତା ମାସ ରେ “ଭାରତ କୋ ଜାନୋ”, “ଏକଲ ଗୀତ”, “ଗୁରୁ ବନ୍ଦନା ଛାତ୍ର ଅବିନନ୍ଦନ” କାର୍ଯ୍ୟକ୍ରମ କରିବାକୁ ପ୍ରାନ୍ତ ଶାଖା ରୁ ନିର୍ଦ୍ଧେଶ ଆସିଥିବା ରୁ ବୈଠକ ରେ ଆଲୋଚନା କରି ନୂତନ ଭାବେ ଚୟନ ହୋଇଥିବା ଉଭୟ ସମ୍ପାଦକ ଙ୍କୁ ଉକ୍ତ କାର୍ଯ୍ୟକ୍ରମ ଭାର ଦିଆଗଲା।ବନ୍ଦେ ମାତରମ ସଙ୍ଗୀତ ରେ ସଭା ଆରମ୍ଭ ହୋଇ ଜାତୀୟ ସଙ୍ଗୀତ ରେ ସମାପ୍ତ ହେଲା। ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ସଦସ୍ୟ ଇ. ରାଜେନ୍ଦ୍ର ପଟନାୟକ, ଡା ଏଚ.କେ. ପାଢ଼ୀ ସହ ଅନ୍ୟାନ୍ୟ ସଦସ୍ୟ ମାନେ ମଧ୍ୟ ଉପସ୍ଥିତ ଥିଲେ। ଶାଖା ର ସମ୍ପର୍କ ସଚିବ ପ୍ରସନ୍ନ ଛୋଟରାୟ ଧନ୍ୟବାଦ ଅର୍ପଣ କରିଥିଲେ।ରିପୋର୍ଟ-ନ୍ୟୁଜ ବ୍ୟୁୁୁର