ସପ୍ତାହ ବ୍ୟାପୀ ଶୀତକାଳୀନ ଜାତୀୟ ସେବା ଉଜାପୀତ ।
ବ୍ରହ୍ମପୁର; ୩୦/୧୨(ଏନଆର) ଶ୍ରୀ ବେଲେଶ୍ଵର ଡ଼ିଗ୍ରୀ ମହାବିଦ୍ୟାଳୟ ରେ ଆଜି ତା ୩୦.୧୨.୨୧ରିଖ ଗୁରୁବାର ଦିନ ଶୀତକାଳୀନ ଜାତୀୟ ସେବା ଯୋଜନା ଶିବିରର ସମାପନି ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି ।ଏହି ଉତ୍ସବ ତା ୨୪/୧୨/୨୧ ଠାରୁ ସପ୍ତାହ ବ୍ୟାପୀ ଅନୁଷ୍ଠିତ ହୋଇଥିବା ଏହି ଶୀତକାଳୀନ ସ୍ବତନ୍ତ୍ର ଶିବିର ବେଲଗାଁ ସରପଞ୍ଚଙ୍କ ଶ୍ରୀ ତ୍ରିନାଥ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭାରମ୍ଭ କରିଥିଲେ ।ପରେ ବହୁ ଜନହିତକର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ, ଓମିକ୍ରନ ଭାଇରସର ଭୟାବହତା, ସଚେତନତା ଓ ଏହାର ନିରାକରଣ, ନାରୀ ସଶକ୍ତିକରଣ , ବ୍ୟକ୍ତିତ୍ବର ବିକାଶ, ଜୀବନ ଧାରଣ ନିମନ୍ତେ ଖେଳର ଆବଶ୍ୟକତା ଓ ଗୁରୁତ୍ବ ଇତ୍ୟାଦି କାର୍ଯ୍ୟକ୍ରମ ଜାତୀୟ ସେବା ଯୋଜନାର ସ୍ବେଛାସେବୀ ଙ୍କ ଦ୍ଵାରା ପିଇଓ ଗଣେଶ ସାହୁଙ୍କ ତତ୍ତ୍ଵାବଧାନରେ ସୁଚାରୁରୂପେ ଅନୁଷ୍ଠିତ ହୋଇଯାଇଅଛି ।ଗୁରୁବାର
ନରେନ୍ଦ୍ରପୁର ମହାବିଦ୍ୟାଳୟର ଏନଏସଏସ (ପିଇଓ) ଶତୀଶ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଉଜ୍ଜାପୀତ ହୋଇଯାଇଛି । ଏହି ଶିବିରରେ ଶ୍ରୀ ବେଲେଶ୍ବର ଡ଼ିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ରାମକୃଷ୍ଣ ଗୌଡ଼ ଏବଂ ଅଧ୍ୟାପିକା ଶ୍ରୀମତୀ ନର୍ମଦା ଷଡଙ୍ଗୀ, ଶ୍ରୀମତୀ ସସ୍ମିତା ସାହୁ, ଶ୍ରୀମତୀ ଲିଜା ପାଢ଼ୀ, ଶ୍ରୀମତୀ ଅନିତା ରାଣୀ ପାଳ, କିରାଣୀ ଶଙ୍କରସେନ ମହାନ୍ତି ତଥା ଶ୍ରୀ ବେଲେଶ୍ଵର ଡ଼ିଗ୍ରୀ ମହାବିଦ୍ୟାଳୟର ପୂର୍ବତନ ଏନଏସଏସ ପିଇଓ ଶ୍ରୀ ଗୋପାଳ କୃଷ୍ଣ ଜେନା, କାଳୁଚରଣ ନାୟକ, ଓ ବର୍ତ୍ତମାନ ର ଏନଏସଏସ ପିଇଓ ଶ୍ରୀ ମାନସ ରଞ୍ଜନ ପଟ୍ଟନାୟକ ପ୍ରଭୃତି କାର୍ଯ୍ୟକ୍ରମରେ ସହଯୋଗ କରି ସ୍ବେଚ୍ଛାସେବୀ ମାନଙ୍କୁ ଉଦବୋଧନ ଦେବା ସହିତ ଆଗାମୀ ଦିନରେ ଅଧିକ ଜନହିତ କାର୍ଯ୍ୟକ୍ରମ ହାତକୁ ନେଇ ସେବା କାର୍ଯ୍ୟ କରିବା ପାଇଁ ଉତ୍ସାହିତ କରିଥିଲେ । ରିପୋର୍ଟ-ମନୋଜ କୁମାର ପାଢୀ



















