୭୨ କେଜି ଗଞ୍ଜେଇ ଜବତ ସହ ୩ ଗିରଫ ।
ପୋଲସରା;୨୮/୫/୨୨(ନ୍ୟୁଜ ରିଭେଲସ୍) ଗଂଜାମ ଜିଲ୍ଲା ଓ ଏହାର ଆଖପାଖ ଅଞ୍ଚଳରେ ଦିନକୁ ଦିନ ଗଂଜେଇ ଚୋରା ଚାଲାଣ ହୋଉଥିବା ନଜରକୁ ଆସୁଛି । ଯାହାକୁ ଶନିବାର ଭୋର୍ ସମୟରେ ପୋଲସରା ପୋଲିସର ପେଟ୍ରୋଲିଂ ବେଳେ ମାରଦା ଛକ ନିକଟରେ ଗୋଟିଏ କାରରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଥିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପୋଲସରା ପୋଲିସ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରକାରେ ଗୋଟିଏ ଡଷ୍ଟର୍ କାର( OD 02S 8029) ରେ ଫୁଲବାଣୀ କନ୍ଧମାଳ ଜିଲ୍ଲା ରୁ ତିନୋଟି ଅଖା ସାହାଯ୍ୟ ରେ ପ୍ରାୟ ୭୨.୬ କେଜି ଗଞ୍ଜେଇ ଚୋରା ଚାଲାଣ କରୁଥିବା ନେଇ କୌଣସି ଏକ ସୂତ୍ରରୁ ସୂଚନା ମିଳିଥିଲା । ଯାହାକୁ ନେଇ ପୋଲସରା ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ଙ୍କ ନେତୃତ୍ୱରେ ଏକ ଟିମ୍ ଉକ୍ତ ଗଂଜେଇ ଗାଡ଼ି କୁ ପିଛା କରିଥିଲେ । ମାରଦା ମନ୍ଦିର ଛକ ସ୍ଥିତ ଗାଡ଼ି ସହ ବିପୁଳ ପରିମାଣର ଗଂଜେଇ ଏବଂ ତିନୋଟି ମୋବାଇଲ ଫୋନ ଜବତ କରିଥିଲେ । ଗିରଫ ହୋଇଥିବା ଅଭିଯୁକ୍ତମାନେ ପୋଲସରା ଥାନା ଅନ୍ତର୍ଗତ ଡିମ୍ବିରିଆ ଗ୍ରାମର ରବିନ୍ଦ୍ରସାହୁ ,ତୋଫାନସାହୁ, ଏବଂ ଲକ୍ଷ୍ମଣପଲ୍ଲୀ ଗ୍ରାମର କାର୍ତ୍ତୀକେଶ୍ୱର ସାହୁ । ବିପୁଳ ପରିମାଣର ଗଂଜେଇ ଜବତ କୁ ପୋଲସରା ପୋଲିସ ତିନି ଅଭିଯୁକ୍ତଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିବା ନେଇ ପୁରୁଷୋତ୍ତମପୁର ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀରେ ସମସ୍ତ ସୂଚନା ଦେଇଛନ୍ତି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ତିନି ଲକ୍ଷ ଟଙ୍କାରୁ ଅଧିକ ହେବ । ଜବତ ଗଞ୍ଜେଇ କନ୍ଧମାଳ ଜିଲ୍ଲାରୁ ପଶ୍ଚିମବଙ୍ଗର ଦୁର୍ଗାପୁର ଅଞ୍ଚଳକୁ ଚାଲାଣ ହେଉଥିବା ସୂଚନା ମିଳିଛି। ପୋଲସରା ଥାନାଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକଙ୍କ ନିର୍ଦ୍ଦେଶରେ ଥାନା ଏସ୍ଆଇ ଅଜୟ କୁମାର ମଲ୍ଲିକଙ୍କ ନେତୃତ୍ବରେ ପୋଲିସ ଟିମ୍ ପେଟ୍ରୋଲିଂ କରୁଥିବା ବେଳେ ଏକ ବଡ଼ ଧରଣର ଗଂଜେଇ ଚୋରା ଚାଲାଣ ରୋକିବାରେ ପୋଲସରା ପୋଲିସ ସଫଳତା ହାସଲ କରିଥିବା ଚର୍ଚ୍ଚାର ବିଷୟ ପାଲଟିଛି ।ରିପୋର୍ଟ-ନ୍ୟୁଜ ବ୍ୟୁରୋ



















