ପହିଲି ବର୍ଷାରେ ଭିଜିଲା ମାଟି; ଚାଷୀକୂଳ ଉତ୍ସାହିତ

10

ପହିଲି ବର୍ଷାରେ ଭିଜିଲା ମାଟି; ଚାଷୀକୂଳ ଉତ୍ସାହିତ

ବେଲଗୁଣ୍ଠା;୨୦/୬/୨୨(ନ୍ୟୁଜ ରିଭେଲସ୍) ଆଜି ଅପରାହ୍ଣରେ ବେଲଗୁଣ୍ଠା ବ୍ଳକ୍ ର ଗୋବରା ଏବଂ ଗାଙ୍ଗପୁର ଅଞ୍ଚଳରେ ପହିଲି ବର୍ଷା ସ୍ପର୍ଶ କରିଛି ମାଟି ମାକୁ I ଏହି ବର୍ଷାରେ ବେଶ ଉତ୍ସାହିତ ହୋଇଛନ୍ତି ଅଞ୍ଚଳର ଚାଷୀକୂଳ I ଏହା ପୂର୍ବରୁ ଗତ ୧୫ ତାରିଖରେ ବେଲଗୁଣ୍ଠା ଅଞ୍ଚଳରେ ବର୍ଷା ହୋଇଥିଲେ ମଧ୍ୟ ଗୋବରା ଏବଂ ଗାଙ୍ଗପୁର ଅଞ୍ଚଳରେ ଏହି ବର୍ଷାର କୌଣସି ପ୍ରଭାବ ପଡିନଥିଲା I ଫଳରେ ଏହି ଅଞ୍ଚଳର ଚାଷୀ ଚାଷ କାର୍ଯ୍ୟ ଆରମ୍ଭ କରି ନପାରି ହତାଶ ହୋଇପଡ଼ିଥିଲେ ଏବଂ ଚାତକ ପରି ବର୍ଷାକୁ ଚାହିଁ ରହିଥିଲେ I ଏହି ଅଞ୍ଚଳର ଚାଷୀମାନେ ବିଶେଷତଃ ଧାନ ଚାଷ ଏବଂ ପରିବା ଚାଷ ପାଇଁ ମୌସୁମୀ ବର୍ଷା ଉପରେ ହିଁ ନିର୍ଭର କରିଥାନ୍ତି I ଆଜି ଅପରାହ୍ଣରେ ଗୋବରା ଏବଂ ଗାଙ୍ଗପୁର ଅଞ୍ଚଳରେ ଦୀର୍ଘ ଦୁଇ ଘଂଟା ଧରି ଉତ୍ତମ ଧରଣର ବର୍ଷା ହେବା ପରେ ଅଞ୍ଚଳର ଚାଷୀ ମନରେ ନୂଆଁ ଆଶା ସଞ୍ଚାର ହୋଇଛି I ଏହି ବର୍ଷରେ ପରେ ଅଞ୍ଚଳର ଚାଷୀମାନେ ଧାନ ବୁଣାବୁଣି ପାଇଁ ଅଣ୍ଟା ଭିଡ଼ିଥିବା ଦେଖିବାକୁ ମିଳିଛି I ସେହିପରି ପରିବା ଚାଷ କରିଥିବା ଚାଷୀମାନେ ମଧ୍ୟ ଆଜିର ବର୍ଷାରେ ଆସ୍ୱସ୍ତି ଲାଭ କରିଛନ୍ତି I ଚଳିତ ବର୍ଷ ଠିକ୍ ସମୟରେ ମୌସୁମୀ ବର୍ଷା ଆସିଥିବାରୁ ଏହି ବର୍ଷ ଉତ୍ତମ ଫସଲ ହେବ ବୋଲି ବହୁ ଚାଷୀ ଆଜିର ବର୍ଷା ପରେ ଖୁସିରେ ପ୍ରକାଶ କରିଛନ୍ତି I
ରିପୋର୍ଟ-ଶିବରାମ ଚୌଧୁରୀ