ତାରା ତାରିଣୀ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ
ପୁରୁଷୋତ୍ତମପୁର୧୬/୨/୨୩ ସ୍ଥାନୀୟ ତାରା ତାରିଣୀ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଅଧ୍ୟକ୍ଷ ଡକ୍ଟର ସୀମାଞ୍ଚଳ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଉତ୍ସବରେ ପୁରୁଷୋତ୍ତମପୁରର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ବିଜୟ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୃଙ୍ଖଳା ଓ ନିରବଚ୍ଛିନ୍ନ ଉଦ୍ୟମ ଓ ଅଧ୍ୟବସାୟ ଦ୍ଵାରା ସଫଳତା ସୁନିଶ୍ଚିତ ବୋଲି ଛାତ୍ର ଛାତ୍ରୀଙ୍କୁ ଉପଦେଶ ପ୍ରଦାନ କରିଥିଲେ I ଅଧ୍ୟାପିକା ଡକ୍ଟର ମୋନାଲିସା ମିଶ୍ର ଅତିଥି ମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ I ମୁଖ ବକ୍ତା ତଥା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦାକ୍ଷିଣାଞ୍ଚଳ ଉପ- ସଚିବ ଡକ୍ଟର କୁଳମଣି ଓଝା ଛାତ୍ର ଛାତ୍ରୀଙ୍କୁ ଉତ୍ତମ ନାଗରିକ ହେବା ସାଙ୍ଗକୁ ନମ୍ର, ଦୟାଶୀଳ, ସଂସ୍କୃତି ପ୍ରେମୀ, ବିନୟୀ ଓ ସର୍ବୋପରି ମହତାକାଂକ୍ଷୀ ହେବା ପାଇଁ ପରାମର୍ଶ ପ୍ରଦାନ କରିଥିଲେ I ଉପଦେଷ୍ଟା ଅଧ୍ୟାପକ ଡକ୍ଟର ପଞ୍ଚାନନ ବିଷୋୟୀ ଅତିଥି ପରିଚୟ ପ୍ରଦାନ କରିଥିଲେ I ଅଧ୍ୟକ୍ଷ ଡକ୍ଟର ସୀମାଞ୍ଚଳ ପଟ୍ଟନାୟକ ମହାବିଦ୍ୟାଳୟରେ ଥିବା ଅଭାବ ଅସୁବିଧା ଅତିଥିମାନଙ୍କ ଦୃଷ୍ଟି ଆକର୍ଷଣ କରିବା ସାଙ୍ଗକୁ ଜିଲ୍ଲା ତଥା ରାଜ୍ୟସ୍ତରୀୟ କ୍ରୀଡା ଓ ଶିକ୍ଷା କ୍ଷେତ୍ରରେ କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ସମ୍ପର୍କରେ ଆଲୋଚନା କରିଥିଲେ I ସାଂସ୍କୃତିକ ମୁଖ୍ୟ ଅଧ୍ୟାପକ ଡକ୍ଟର ପ୍ରବୀର କେଶରୀ ପ୍ରଧାନ ପୁରସ୍କାର ବିତରଣ ସାଙ୍ଗକୁ ସମାପ୍ତି ସଙ୍ଗୀତ ପରିବେଷଣ କରିଥିଲେ I ଶେଷରେ ଓଡ଼ିଆ ସାହିତ୍ୟ ସାମାଜ ଉପ-ସଭାପତି ତଥା ଓଡ଼ିଆ ବିଭାଗର ବିଭାଗୀୟ ମୁଖ୍ୟ ଡକ୍ଟର ସୁରେନ୍ଦ୍ର ନାଥ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ I ଉତ୍ସବରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ I ଉମାବଲ୍ଲଭ ଓ ସାଥୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ I ଶେଷରେ ଯୁବ ରେଡକ୍ରସର କାଉନ୍ସିଲର ତଥା ଉଦ୍ଭିଦ ବିଜ୍ଞାନ ବିଭାଗର ଅଧ୍ୟାପକ ଏନ୍ ମୋହନଙ୍କ ତତ୍ତ୍ଵାବଧାନରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା Iରିପୋର୍ଟ-ପ୍ରସନ୍ନ କୁମାର ଦାଶ




















